ମହାନଦୀ ଗଭୀରତା ର ସୂଚନା ଫଳକ ଲାଗୁ
ନୟାଗଡ,୨ l ୧ [ପ୍ରଭାକର ଶିରୋମଣି]: ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ପୀଠ ପର୍ଯ୍ୟଟନ ମାନଚିତ୍ର ରେ ଶୀର୍ଷ ସ୍ଥାନ ଅଧିକାର କରିଥିଲା ବେଳେ ପୁରୀ ଶ୍ରୀ ଜଗନ୍ନାଥ ଧାମର ଆଦି ପୀଠ ଭାବରେ ଶ୍ରୀ ନୀଳମାଧଵ କ୍ଷେତ୍ର ସର୍ବ ଜନ ବିଦିତ l କପିଳ ସଂହିତା, ସ୍କନ୍ଦ ପୁରାଣ, ଶ୍ରୀ ଜଗନ୍ନାଥ ପୁରାଣ ଓ ଚିତ୍ତ ବୋଧ ଆଦି ବିଭିନ୍ନ ପୁରାଣ ଶାସ୍ତ୍ର ରେ ଉଲ୍ଲେଖ ରହିଥିବା ଜଣା ଯାଏ l ଏହାକୁ ଭିତ୍ତି କରି ଅତୀତରେ ସର୍ବ ସାଧାରଣଙ୍କର ବହୁ ଦାବିu ପରେ ୧୯୮୯ ମସିହା ରେ ତତ୍କାଳୀନ କଂଗ୍ରେସ ମୁଖ୍ୟ ମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ କଣ୍ଟିଲୋ କୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦେଇଥିଲେ ଓ ଏ ଅଞ୍ଚଳ ର ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ l ଦୀର୍ଘ ୩୩ ଵର୍ଷ ପରେ ୨୦୨୨ ମେ ମାସ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟିଲୋ ନୀଳମାଧଵ ମନ୍ଦିର ସହିତ ଏହାର ଚତୁର୍ପାଶ୍ୱ ବିକାଶ କରିବାପାଇଁ ଏକ ଶହ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ l ଉଲ୍ଲେଖ ଯୋଗ୍ୟ ଯେ, ୧୮ ମାସ ମଧ୍ୟରେ ସମସ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ସୀମା ଇତି ମଧ୍ୟରେ ଅତୀତ ହୋଇଥିଲା ବେଳେ ନୟାଗଡ଼ ଜିଲ୍ଲା ପ୍ରଶାସନ ଏ ଦିଗରେ ମନୋନିବେଶ କରୁ ନଥିବାରୁ କାର୍ଯ୍ୟର ଶିଥିଳତା ନେଇ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି l
ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ନୂତନ ଵର୍ଷ ଆଗମନ ତଥା ପର୍ଯ୍ୟଟନ ଋତୁ ଆସି ଯାଇଥିବାରୁ ସବୁଠାରେ ପ୍ରତିଦିନ ଗହଳ ଚହଳ ଲାଗି ରହିଛି l ନୀଳମାଧଵ ମନ୍ଦିର ପାହାଡ଼ ତଳେ ବହି ଯାଉଥିବା ମହାନଦୀ ଦୃଶ୍ୟ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟ. ପର୍ଯ୍ୟଟକ ମାନେ ଉପଭୋଗ କରୁଥିଲା ବେଳେ କେହି କେହି ଦର୍ଶକ ନଦୀ ପାଣି ଭିତରକୁ ଗୋଡ ବଢ଼ାଇ ବିପଦରେ ପଡ଼ିଥାନ୍ତି କିନ୍ତୁ ପାଣିର ଗଭୀରତା ସମ୍ପର୍କରେ ସେମାନେ କିଛି ଜାଣି ପାରନ୍ତି ନାହିଁ l ପାଣି ଭିତରକୁ ଚାଲି ଯାଇ ଅଜଣା ପୁରଷ ଓ ମହିଳା ମୃତ୍ୟୁ ବରଣ କରିଥିବା ଓ ଭାସି ଯାଇଥିବା ନଜିର ବିଗତ ବର୍ଷ ମାନଙ୍କରେ ରହିଥିବା ବେଳେ କଣ୍ଟିଲୋ ଅଞ୍ଚଳରେ ଥିବା ନଦୀ ଘାଟ ମାନଙ୍କରେ ପାଣିର ଗଭୀରତା ସମ୍ପର୍କରେ ଜାଣି ପାରିନଥାନ୍ତି l ତେଣୁ ଏହାର ସମସ୍ତ ତଥ୍ୟ ସୂଚନା ଫଳକ ମାଧ୍ୟମରେ ଜଳସମ୍ପଦ ବିଭାଗ ପକ୍ଷରୁ ଲଗା ଯାଇ ପାରିଲେ ଯାତ୍ରୀ ତଥା ବିଦେଶୀ ପର୍ଯ୍ୟଟକ ମାନେ ସତର୍କ ହୋଇ ପାରିବେ ବୋଲି କୁହାଯଉଛି l ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ଜଳ ସମ୍ପଦ ବିଭାଗ କର୍ତ୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି l