ବ୍ରହ୍ମପୁରରେ ପହଞ୍ଚିଲା ଡବଲ ଡେକର; ଭୁବନେଶ୍ବରରୁ ପୁରୀକୁ ଗଡ଼ିବ ଏହି ବସ୍‌

ବ୍ରହ୍ମପୁର,ବିଚିତ୍ରସାହୁ:-ବ୍ରହ୍ମପୁର ପହଞ୍ଚିଲା ଡବଲ ଡେକର । ମହାରାଷ୍ଟ୍ରରୁ ଆସିଥିବା ଡବଲ ଡେକର ବସ୍‌ ପହଞ୍ଚିଲା। ଭୁବନେଶ୍ବରରୁ ପୁରୀକୁ ଗଡ଼ିବ ଏହି ବସ୍‌ । ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀ ସଜେଇ ହେଉଥିବା ବେଳେ ଗ୍ରାଉଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର । ଖାଲଖମା ରାସ୍ତା ଓ ହମ୍ପସକୁ ନେଇ ମନ୍ତ୍ରୀ ଅସନ୍ତୋଷ ଜାହିର କରିଛନ୍ତି ।ଏଥିସହ ତୁରନ୍ତ କାମ ସାରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ମହାରାଷ୍ଟ୍ରରୁ ୫ଟି ଇଲେକ୍ଟ୍ରି ଡବଲ ଡେକର ଓଡ଼ିଶା ଅଭିମୁଖେ ବାହାରିଛି । ଗତ ୨୮ ତାରିଖରେ ଦୁଇଟି ବସ୍‌ ବାହାରିଥିବା ବେଳେ ସେଥିରୁ ଗୋଟିଏ ବସ୍‌ ଆଜି ବ୍ରହ୍ମପୁରରେ ପହଞ୍ଚିଛି। ବ୍ରହ୍ମପୁରରେ କିଛି ସମୟର ରହଣି ପରେ ତାହା ଭୁବନେଶ୍ୱର ଅଭିମୁଖେ ବାହାରିଛି । ଏହାପରେ ଗତ ୩୧ ତାରିଖରେ ଗୋଟିଏ ଓ ଗତ ୧ ତାରିଖରେ ଆଉ ଦୁଇଟି ବସ୍‌ ଓଡ଼ିଶା ଅଭିମୁଖେ ବାହାରି ସାରିଛି।ଏହି ବସ୍‌ ସର୍ବ ଭାରତରେ ପ୍ରଥମ ବୋଲି ଜଣାଯାଇଛି। ଥରେ ବିଦ୍ୟୁତ୍‌ ସଂଯୋଗ କଲେ ଏହା ପ୍ରାୟ ୨୫୦ରୁ ୩ଶହ କିମି ପର୍ଯ୍ୟନ୍ତ ଯାଇ ପାରିବ । ବସ୍‌ଟି ୫୫ ସିଟ୍‌ ବିଶିଷ୍ଟ ହୋଇଥିବା ବେଳେ ଏହାର ବେଗ ୪୫ କିମି ରହିଛି। ଏହା ଶୀତତାପ ନିୟନ୍ତ୍ରୀତ ବସ୍‌ ହୋଇଥିବା ବେଳେ ତାହା ସବୁବେଳେ ସିସିଟିଭି ନଜରରେ ରହିବ । ଏଥିସହ ଏହାର ସିଟ୍‌କୁ ବି ଯାତ୍ରୀଙ୍କ ନିମନ୍ତେ ଆରାମଦାୟକ କରାଯାଇଛି।କଟକରୁ ଭୁବନେଶ୍ୱର ମଧ୍ୟରେ ୨ଟି ଡବଲ୍ ଡେକର୍ ବସ୍ ଓ ଭୁବନେଶ୍ୱରରୁ ପୁରୀ ମଧ୍ୟରେ ଅନ୍ୟ ୨ଟି ବସ୍ ଚଳାଇବା ପାଇଁ ଯୋଜନା କରିଛି କ୍ରୁଟ୍ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଡବଲ ଡେକର ବସ୍ ଚାଲିବାକୁ ଥିବରୁ ଏହାକୁ ନେଇ ରାଜଧାନୀବାସିନ୍ଦାଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

You might also like
error: Content is protected !!