ଲକ୍ଷ୍ମୀ ଫାଉଣ୍ଡେସନ ତରଫରୁ କେରାଣ୍ଡିତୋଳାରେ ଗରୀବ ବିଧବାଙ୍କ କମଳ ବଣ୍ଟନ

ଛତ୍ରପୁର(ବିଚିତ୍ର ସାହୁ): ଖଠ୍ୟଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ବ୍ରହ୍ମପୁର ଖୋଡାସିଙ୍ଗି ର ଲକ୍ଷ୍ମୀ ଫାଉଣ୍ଡେସନ ତରଫରୁ ଗ୍ରାମର ଗରୀବ ବିଧବା ମାନଙ୍କୁ ଶୀତ ବସ୍ତ୍ର,(କମଳ) ବଣ୍ଟନ କରାଯାଇଥିଲା।ସ୍ବର୍ଗତା ଲକ୍ଷ୍ମୀ ସାହୁଙ୍କ ଜନ୍ମ ଦିବସରେ ସ୍ବାମୀ ଶୌଣ୍ଢିକ ସମାଜର ଗଂଜାମ ଜିଲ୍ଲା ସଭାପତି ନିରଞ୍ଜନ ସାହୁ, ପୁତ୍ର ଅଜିତ ଅନିତ,
କନ୍ଯା ଅପର୍ଣ୍ଣା,ରାଜଶ୍ର୍ରୀ, ଭିଭାନ ଉପସ୍ଥିତ ରହି ମହିଳାମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରିଥିଲେ।କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ସହଯୋଗ କ୍ରମେ 140 ଜଣ ବିଧବାଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା।ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ, ସଂପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ,ଉପଦେଷ୍ଟା କୋରା ମହାରଣା,କୋଷାଧ୍ୟକ୍ଷ ଗଗନ ସାହୁ,ଯୁଗ୍ମ ସଂପାଦକ ଗୋପାଳ ଚନ୍ଦ୍ର ମହାରଣା ,ଈଶ୍ବର ପ୍ରଧାନ ପ୍ରମୁଖ ବଣ୍ଟନ କାର୍ଯ୍ୟକ୍ରମ ପରିଚାନା କରିଥିଲେ।ମଞ୍ଚର ସଂଯୋଜକ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୁ ମହାରଣା ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଗ୍ରାମବାସୀଙ୍କ ତରଫରୁ ନିରଞ୍ଜନ ସାହୁଙ୍କ ବଦାନ୍ଯତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

You might also like
error: Content is protected !!