ବରିଷ୍ଠ ଆଡଭୋକେଟ ସୁଧାଂଶୁ ଶେଖର ପଣ୍ଡାଙ୍କ ଦେହାନ୍ତରେ ସେବାନିବୃତ୍ତ ବିକାଶ ମଞ୍ଚର ଶୋକ ସଭା ଓ ସ୍ମୃତିଚାରଣ।

ବ୍ରହ୍ମପୁର(ବିଚିତ୍ରସାହୁ):-ବ୍ରହ୍ମପୁର, 02-01ଓଡ଼ିଶା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ, ଗଞ୍ଜାମ ଜିଲ୍ଲାର ଏକ ଜରୁରୀ ବୈଠକ ଜିଲ୍ଲା ସଭାପତି କାମରାଜୁ ମହାରଣାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଏନ୍.ଜି.ଓ ହଲ୍ ଠାରେ ଅନୁଷ୍ଠିତ ହୋଇ ଯାଇଛି।ପ୍ରାରମ୍ଭ ରେ ଦିବଂଗତ ବରିଷ୍ଠ ଆଡଭୋକେଟ ତଥା ସଂଗ୍ରାମୀ ପୁରୁଷ ସୁଧାଂଶୁ ଶେଖର ପଣ୍ଡାଙ୍କ ଆକସ୍ମିକ ଦେହାନ୍ତରେ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇ ଥିଲା।ସ୍ମୃତିଚାରଣ ସଭାରେ ଉପସ୍ଥିତ ସ୍ବର୍ଗତ ପଣ୍ଡାଙ୍କ ସଂପର୍କରେ ଆସିଥିବା ଶୁଭେଛା ବୃନ୍ଦ ବରିଷ୍ଠ ଆଡଭୋକେଟ ଶିବ ପ୍ରସାଦ ମିଶ୍ର, ଆଡଭୋକେଟ ବିନୋଦ ଚନ୍ଦ୍ର ମହାଙ୍କୁଡ ନିଜ ନିଜର ବ୍ଯକ୍ତିଗତ ଅନୁଭୂତି ଉପରେ ଆଲୋକପାତ କରିଥିଲେ। ଗଂଜାମ ଜିଲ୍ଲା ଓ ବ୍ରହ୍ମପୁର ସହରର ବିଭିନ୍ନ ସମସ୍ୟା ଉତ୍ଥାପନ କରି ,ଅନ୍ଯାୟ ବିରୁଦ୍ଧରେ ସ୍ୱର ଉଠାଇବାରେ ଅଗ୍ରଣୀ ଥିଲେ।ଆଇନ ସେବା ଯୋଗାଇ ଗରୀବ ଲୋକଙ୍କ ଶ୍ରଦ୍ଧାର ପାତ୍ର ଥିଲେ।ବିକାଶ ମଞ୍ଚର ରାଜ୍ଯ ସଂପାଦକ ଶ୍ଯାମସୁନ୍ଦର ଖାଡ଼ଙ୍ଗା,ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚର ସଭାପତି ରାଜେନ୍ଦ୍ର କୁମାର ପଣ୍ଡା,ଶିକ୍ଷକ ମହାସଂଘର ସମ୍ପାଦକ ଅଶୋକ କୁମାର ଦଳାଇ, ଗଂଜାମ ଜିଲ୍ଲା ସେବାନିବୃତ୍ତ ବିକାଶ ମଞ୍ଚର ସଂପାଦକ ପ୍ରଦୀପ କୁମାର ସାହୁ,ଉପ ସଭାପତି ପ୍ରଫୁଲ୍ଲ କୁମାର ଦାଶ,ସୁବାଷ ଚନ୍ଦ୍ର ମିଶ୍ର, କବିରାଜ ସାହୁ ପ୍ରମୁଖ ସ୍ବର୍ଗତ ପଣ୍ଡାଙ୍କ ବିଭିନ୍ନ ଜନହିତକର ତଥା ପରୋପକାର ଗୁଣର ଏବଂ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ।ସଭାପତି କାମରାଜୁ ମହାରଣା ସ୍ବର୍ଗତ ପଣ୍ଡାଙ୍କ ଶିକ୍ଷକ ମହାସଂଘ ପ୍ରତି ଦରଦୀ ମନୋଭାବର ଉଦାହରଣ ସହ ସ୍ମୃତିଚାରଣ କରିଥିଲେ।

You might also like
error: Content is protected !!