ଚିକିଟି, ଗଞ୍ଜାମ | ଜଗନ୍ନାଥ ନାୟକ
ବାତ୍ୟା ‘ଅର୍ଣ୍ଣବ’ରେ ବାଲିମୟ ହେଲା ଚାଷଜମି, ଚିନ୍ତାରେ ଚାଷୀକ୍ଷୟକ୍ଷତି ଆକଳନ ପାଇଁ ଚାନ୍ଦପୁରୁ ଗସ୍ତ କଲେ ଜିଲ୍ଲାପାଳଚିକିଟି, ଗଞ୍ଜାମ | ଜଗନ୍ନାଥ ନାୟକବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଚିକିଟି ବ୍ଲକ ଅନ୍ତର୍ଗତ ଚାନ୍ଦପୁରୁ ଗ୍ରାମପଞ୍ଚାୟତର ବହୁ ଚାଷଜମି ବାଲିମୟ ହୋଇପଡ଼ିଛି।

ବାତ୍ୟା ପରେ ଉର୍ବର ଚାଷଜମି ଉପରେ ବାଲିର ମୋଟା ଆସ୍ତରଣ ଜମିଥିବାରୁ ଚାଷକାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଫଳରେ ଆଗାମୀ ଚାଷକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅଞ୍ଚଳର ବହୁ ଚାଷୀ। ବର୍ଷଯାକର ପରିଶ୍ରମ ଓ ଜୀବିକା ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ଦେଖାଦେଇଛି।ଏହି ପରିପ୍ରେକ୍ଷୀରେ ବାତ୍ୟାଜନିତ କ୍ଷୟକ୍ଷତିର ବାସ୍ତବ ସ୍ଥିତି ଅନୁଧ୍ୟାନ ଓ ପ୍ରଭାବିତ ଚାଷୀଙ୍କ ସମସ୍ୟା ଆକଳନ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଚାନ୍ଦପୁରୁ ଗ୍ରାମପଞ୍ଚାୟତର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ।
ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ଅଭିନାଶ କୁମାର, ଚିକିଟି ତହସିଲଦାର ବିଶ୍ୱରଞ୍ଜନ କହଁର, ବିଡିଓ ବିବେକାନନ୍ଦ ମିଶ୍ର, ବ୍ଲକ କୃଷି ଅଧିକାରୀ ଚିନ୍ମୟୀ ସାହୁ, କୃଷି ଅଧିକାରୀ ଦିବ୍ୟରଞ୍ଜନ ପରିଡ଼ା, ଉପକୃଷି ଅଧିକାରୀ ବିକାଶ କୁମାର ବେହେରା, ଉଦ୍ୟାନ କୃଷି ଅଧିକାରୀ ଆଲୋକ କୁମାର ବେହେରା, ଗ୍ରାମସେବକ ପ୍ରସଦ ବେହେରା (କୋରା ବେହେରା), କୃଷକ ସାଥୀ ପ୍ରଶାନ୍ତ ପ୍ରଧାନ, କୃଷି ଅଧିଦର୍ଶକ ସୁବ୍ରତ କୁମାର ମହାରଣା, ରାଜସ୍ୱ ନିରୀକ୍ଷକ ରବିନାରାୟଣ ଦଳେଇ ଓ ଅମିନ ନହରି ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲାପାଳଙ୍କ ସମେତ ଉପସ୍ଥିତ ଅଧିକାରୀମାନେ କ୍ଷତିଗ୍ରସ୍ତ ପଦର ଓ ଅନ୍ୟାନ୍ୟ ଚାଷଜମିରେ ଜମିଥିବା ବାଲିର ପରିମାଣ ଓ ସ୍ଥିତି ଅନୁଧ୍ୟାନ କରିଥିଲେ।
ଏଥିସହ ଉପସ୍ଥିତ ଚାଷୀମାନଙ୍କ ସହ ଆଲୋଚନା କରି ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି, ଚାଷଜମିର ବର୍ତ୍ତମାନର ସ୍ଥିତି ଏବଂ ଆଗାମୀ ଚାଷକାର୍ଯ୍ୟରେ ଦେଖାଦେବାକୁ ଥିବା ସମସ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ।ବାତ୍ୟାରେ କେବଳ ଚାଷଜମି ନୁହେଁ, ଚାଷୀଙ୍କ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି। ଜମିରୁ ବାଲି ହଟାଇ ପୁନର୍ବାର ଚାଷ ଉପଯୋଗୀ କରିବା ଏବେ ଚାଷୀଙ୍କ ପାଇଁ ଏକ ବଡ଼ ଆହ୍ୱାନ। ତେଣୁ କ୍ଷୟକ୍ଷତିର ସଠିକ୍ ଆକଳନ କରି ପ୍ରଭାବିତ ଚାଷୀଙ୍କୁ ଆବଶ୍ୟକୀୟ ସରକାରୀ ସହାୟତା ଓ କୃଷି ସୁବିଧା ଯୋଗାଇଦେବାକୁ ଅଞ୍ଚଳର ଚାଷୀମାନେ ଆଶା ପ୍ରକାଶ କରିଛନ୍ତି।
ପ୍ରଶାସନର ଏହି କ୍ଷେତ୍ର ପରିଦର୍ଶନ ଦ୍ୱାରା ବାତ୍ୟାଜନିତ କ୍ଷୟକ୍ଷତିର ବାସ୍ତବ ଚିତ୍ର ଅନୁଧ୍ୟାନ କରିବା ସହ ପ୍ରଭାବିତ ଚାଷୀଙ୍କ ସମସ୍ୟା ଚିହ୍ନଟ ଦିଗରେ ପଦକ୍ଷେପ ନିଆଯାଇଛି। ଏବେ କ୍ଷତିଗ୍ରସ୍ତ ଚାଷୀଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଓ ସହାୟତା ଉପରେ ରହିଛି।

