ବନ୍ୟାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା

ଅତ୍ୟାଧୁନିକ ଜଳ ବିଶୋଧନ ଗାଡ଼ି ନିୟୋଜିତ, ୩୦ ହଜାରରୁ ଊର୍ଦ୍ଧ୍ୱ ପାଣି ପାଉଚ୍ ପ୍ରସ୍ତୁତଚିକିଟି,

ଗଞ୍ଜାମ | ଜଗନ୍ନାଥ ନାୟକ ll ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିସ୍ଥିତିରେ ପ୍ରଭାବିତ ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ଓ ସୁରକ୍ଷିତ ପାନୀୟ ଜଳ ଯୋଗାଣ ଉପରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ଏହି କ୍ରମରେ ପାତ୍ରପୁର ବ୍ଲକରେ ପ୍ରଥମଥର ପାଇଁ ଏକ ଅତ୍ୟାଧୁନିକ ଚଳନ୍ତା ଜଳ ବିଶୋଧନ ଗାଡ଼ି ନିୟୋଜିତ କରାଯାଇଛି। ନଦୀ, ନାଳ ଓ ପୋଖରୀରୁ ଜଳ ସଂଗ୍ରହ କରି ବିଶୋଧନ କରିବା ପରେ ତାହାକୁ ପାନୀୟ ଜଳ ପାଉଚ୍ ଆକାରରେ ପ୍ରସ୍ତୁତ କରାଯାଉଛି।ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପାତ୍ରପୁର ବ୍ଲକର ୧୦ରୁ ଊର୍ଦ୍ଧ୍ୱ ଗ୍ରାମ ଜଳବନ୍ଦୀ ହେବା ସହ ଅନେକ ସ୍ଥାନରେ ପାନୀୟ ଜଳ ସଙ୍କଟ ଦେଖାଦେଇଥିଲା। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଜଳ ବିଶୋଧନ ଗାଡ଼ି ମାଧ୍ୟମରେ ପାଣି ପାଉଚ୍ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୩୦ ହଜାରରୁ ଊର୍ଦ୍ଧ୍ୱ ପାଣି ପାଉଚ୍ ପ୍ରସ୍ତୁତ କରାଯାଇଛି।ଆଙ୍କୁଲି, କୁରଣଲା ପଞ୍ଚାୟତ ସମେତ ବରଙ୍ଗ ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ପ୍ରଭାବିତ ପଞ୍ଚାୟତକୁ ଏହି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି। ସେହିପରି ବି. ନୂଆଗାଁ ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯାଇଛି।

ବନ୍ୟାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା

ଏହି ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଡିଡବ୍ଲ୍ୟୁଏସ୍ ନିର୍ଦ୍ଦେଶକ ବିନୀତ ଭରଦ୍ୱାଜ ଏବଂ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ ଚିକିଟି ଓ ପାତ୍ରପୁର ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଗସ୍ତ ସମୟରେ ସେମାନେ ପାତ୍ରପୁର ବ୍ଲକରେ ନିୟୋଜିତ ଚଳନ୍ତା ଜଳ ବିଶୋଧନ ଗାଡ଼ି ପରିଦର୍ଶନ କରିବା ସହ ବନ୍ୟା ଆଶ୍ରୟସ୍ଥଳୀରେ ଆଶ୍ରିତ ଲୋକଙ୍କ ପାଇଁ ହୋଇଥିବା ପାନୀୟ ଜଳ ବ୍ୟବସ୍ଥା ଯାଞ୍ଚ କରିଥିଲେ।ସେହିପରି ଚିକିଟି ବ୍ଲକର ଗୋବିନ୍ଦପୁର ଗ୍ରାମରେ ନଳକୂପ ବିଶୋଧନ କାର୍ଯ୍ୟ ତଦାରଖ କରିବା ସହ ଜଳ ଲୋଡିଂ ୟୁନିଟ୍ ଓ ପାଣି ଟ୍ୟାଙ୍କର ମାଧ୍ୟମରେ ଲୋକଙ୍କୁ ନିରବଚ୍ଛିନ୍ନ ଓ ସୁରକ୍ଷିତ ପାନୀୟ ଜଳ ଯୋଗାଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅନୁଧ୍ୟାନ କରିଥିଲେ।ଏହି ଗସ୍ତରେ ବ୍ରହ୍ମପୁର ଆରଡବ୍ଲ୍ୟୁଏସ୍ଏସ୍ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସୌରଭ ଦୀକ୍ଷିତ, ବ୍ରହ୍ମପୁର ଆରଡବ୍ଲ୍ୟୁଏସ୍ଏସ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ବାଗେ, ସହକାରୀ ଯନ୍ତ୍ରୀ ଧନୁର୍ଜୟ ବେହେରାଙ୍କ ସମେତ ବିଶ୍ୱଜିତ ପାତ୍ର ଓ ଉତ୍ତମ ନାୟକ ଉପସ୍ଥିତ ଥିଲେ।ବନ୍ୟା ପରବର୍ତ୍ତୀ ସମୟରେ ଦୂଷିତ ଜଳ ଯୋଗୁଁ ଜଳବାହିତ ରୋଗ ସଂକ୍ରମଣର ଆଶଙ୍କା ରହିଥିବାରୁ ପ୍ରଭାବିତ ଅଞ୍ଚଳର ପ୍ରତ୍ୟେକ ପରିବାର ନିକଟରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଦିଗରେ ବିଭାଗ ପକ୍ଷରୁ ଯୋଗାଣ ଓ ନିରୀକ୍ଷଣ ବ୍ୟବସ୍ଥା ଜାରି ରହିଛି।

ବନ୍ୟାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା

ତେବେ ସମସ୍ତ ପ୍ରଭାବିତ ଗ୍ରାମକୁ ନିୟମିତ ଭାବେ ପାନୀୟ ଜଳ ଯୋଗାଣ କରାଗଲେ ଅଞ୍ଚଳବାସୀଙ୍କୁ ଅଧିକ ଆଶ୍ୱସ୍ତି ମିଳିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Smart Computer Ad
You might also like
error: Content is protected !!