ନଭେମ୍ବର ୨ ରୁ ୨୧ ଯାଏ ମାଟ୍ରିକ୍ ପରୀକ୍ଷା ଫର୍ମଫିଲପ୍, ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ଫର୍ମ ପୂରଣ କରିବେ ଛାତ୍ରଛାତ୍ରୀ
ଖୋର୍ଦ୍ଧା,(ସଞ୍ଜୀବ କୁମାର):-
୨୦୨୭ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଯଥା ମାଟ୍ରିକ୍ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷା ପାଇଁ ଫର୍ମ ପୂରଣ ଲାଗି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଆହ୍ୱାନ କରିଛି । ଫର୍ମ ପୂରଣ ଲାଗି ନଭେମ୍ବର ୨ ତାରିଖରୁ ୨୧ ତାରିଖ ଯାଏ ସମୟ ଧାର୍ଯ୍ୟ ରହିଛି । ଅନ୍ଲାଇନ୍ ଫର୍ମ ପୂରଣ ଲାଗି ବୋର୍ଡ ୱେବସାଇଟ୍ରେ ଲିଙ୍କ୍ ପ୍ରଦାନ କରାଯାଇଛି ।ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ଫର୍ମ ପୂରଣ କରିବା ଲାଗିମାଟ୍ରିକ୍ ରେଗୁଲାର ଓ ଏକ୍ସ ରେଗୁଲାର ପତ୍ର ବିନିମୟ କୋର୍ସ ପରୀକ୍ଷା ଲାଗି ମଧ୍ୟ ପ୍ରାର୍ଥୀମାନେ ଉପରୋକ୍ତ ଧାର୍ଯ୍ୟ ସମୟ ମଧ୍ୟରେ ଫର୍ମ ପୂରଣ କରିବେ ବେଲି ଅବଗତ କରାଯାଇଛି । ରାଜ୍ୟରେ ୯ ହଜାରରୁ ଅଧିକ ହାଇସ୍କୁଲ୍ରେ ୫ ଲକ୍ଷ ୫୦ ହଜାରରୁ ଅଧିକ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ୨୦୨୭ରେ ମାଟ୍ରିକ୍ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିବେ ବୋଲି ସୂଚନା ମିଳିଛି । ବ୍ୟବସ୍ଥା ରହିଛି ।
