ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଜଟଣୀ,ୟୁନିଟ୍ ଟୁ ସର୍ଭ ଫାଉଣ୍ଡେସନ ଆନୁକୂଲ୍ୟରେ ଜାତୀୟ ଏକତା ଦିବସ ତଥା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଶନିବାର ଜଟଣୀଠାରେ ପ୍ରଥମ ସର୍ବ ଓଡ଼ିଶା ମିନି ମାରାଥନ-୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଧାବକ, କ୍ରୀଡ଼ାପ୍ରେମୀ, ସ୍ୱେଚ୍ଛାସେବୀ ଓ ନାଗରିକମାନେ ଉତ୍ସାହର ସହ ଅଂଶଗ୍ରହଣ କରି ଏକତା, ସୁସ୍ଥତା, ଶୃଙ୍ଖଳା ଓ ଜାତୀୟ ସଂହତିର ବାର୍ତ୍ତା ପ୍ରଚାର କରିଥିଲେ ।ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଯୋଗଦେଇ ସବୁଜ ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ପାଣ୍ଡବ ଜେନା ଫାଉଣ୍ଡେସନର ପ୍ରତିଷ୍ଠାତା ଡ. ସନ୍ତୋଷ ଜେନା ଓ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ଯୋଗ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ଜଟଣୀ ପୌର ପରିଷଦ ଉପାଧ୍ୟକ୍ଷା ଆରତୀ ରାଉତ ଓ ବିଜୁ ଯୁବ ଜନତା ଦଳ ଉପସଭାପତି ଅନନ୍ତ ଶତପଥୀ ଉପସ୍ଥିତ ଥିଲେ । ଓଲିଉଡ ଅଭିନେତା ଓଁକାର ଆଚାର୍ଯ୍ୟ ବ୍ରାଣ୍ଡ ଆମ୍ବାସଡର ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ ।ଫାଉଣ୍ଡେସନ୍ର ନିର୍ଦ୍ଦେଶକ ଡଃ. ନରେଶ ଚନ୍ଦ୍ର ଚୌଧୁରୀ ଏବଂ ଯୁଗ୍ମ ନିର୍ଦ୍ଦେଶକ ସିଦ୍ଧାର୍ଥ ସାହୁ ଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବକୁ ଜଟଣୀ ସିଆର୍ସିସି ଡଃ. ରଶ୍ମିତା ନାୟକ ଅତି ସୁନ୍ଦର ଓ ପ୍ରାଣବନ୍ତ ଭାବେ ସଞ୍ଚାଳନ କରି ଦର୍ଶକଙ୍କ ମନ ମୋହିଥିଲେ।ମାରାଥନ ପୁରୁଷ ଓ ମହିଳା ଦୁଇ ବର୍ଗରେ ଅନୁଷ୍ଠିତ ହୋଇଥିଲା । ଉଭୟ ବର୍ଗର ଶ୍ରେଷ୍ଠ ତିନି ପ୍ରତିଯୋଗୀଙ୍କୁ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା ।ପୁରୁଷ ବର୍ଗ: ପ୍ରଥମ – ଦୟାନିଧି ମୁଣ୍ଡା (୩,୦୦୦ ଟଙ୍କା), ଦ୍ୱିତୀୟ – ରୁଦ୍ର ନାରାୟଣ ନାଏକ (୨,୦୦୦ ଟଙ୍କା), ତୃତୀୟ – ମୁକେଶ କୁମାର ତିରିଆ (୧,୦୦୦ ଟଙ୍କା) ।ମହିଳା ବର୍ଗ: ପ୍ରଥମ – ସୁନୀତା ସାନ୍ତା (୩,୦୦୦ ଟଙ୍କା), ଦ୍ୱିତୀୟ – ମଧୁ ଶାହ (୨,୦୦୦ ଟଙ୍କା), ତୃତୀୟ – ଅନନ୍ୟା ସ୍ୱାଇଁ (୧,୦୦୦ ଟଙ୍କା) ।ସ୍ୱେଚ୍ଛାସେବୀ ଅରବିନ୍ଦ ପଟ୍ଟନାୟକ, ଏ. ଚୈତନ୍ୟ କୁମାର, ଅବିନାଶ ପଟ୍ଟନାୟକ, ଉମାକାନ୍ତ ରାଜଗୁରୁ, ଦୀପଙ୍କର ବେହେରା, ଚନ୍ଦ୍ରକାନ୍ତ ମଲ୍ଲିକ, ସରୋଜ ସାମନ୍ତରାୟ ଓ ବିନୋଦ ସ୍ୱାଇଁଙ୍କ ନିଷ୍ଠାପର ସେବାକୁ ପ୍ରଶଂସା କରାଯାଇଥିଲା ।ଫାଉଣ୍ଡେସନ ପକ୍ଷରୁ ସମସ୍ତ ଅତିଥି, ପ୍ରାୟୋଜକ, ପ୍ରତିଯୋଗୀ ଓ ଜିଲ୍ଲା ପ୍ରଶାସନଙ୍କୁ କୃତଜ୍ଞତା ଜ୍ଞାପନ କରାଯିବା ସହ ଏହି ମାରାଥନ ପ୍ରତିବର୍ଷ ଆୟୋଜନ କରାଯିବ ବୋଲି ଘୋଷଣା କରାଯାଇଛି ।
