ଚନ୍ଦ୍ରପୁର l କୈଳାସ ମାଳବିଶୋଇ ll ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ରାୟଗଡ଼ା ଜିଲ୍ଲା ର ସିଡିଏମ ଶ୍ରୀ ବିଶ୍ୱମ୍ବର ବେହେରା ଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ l ସିଡିଏମ ଶ୍ରୀ ବେହେରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଔଷଧ, ଖାତା ଗୁଡ଼ିକ ଯାଞ୍ଚ କରିବା ପରେ ରୋଗୀ ମାନଙ୍କ ସହ ଆଲୋଚନା କରିଥିଲେ l

ସିଡିଏମ ଚନ୍ଦ୍ରପୁର ଅଞ୍ଚଳର ଡ଼ାଙ୍ଗସୋରଡ଼ା,ହନମନ୍ତପୁର ଓ ଜାରପା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ l ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ପରେ ଚନ୍ଦ୍ରପୁର ଅଞ୍ଚଳର ଲୋକେ ସିଡିଏମଙ୍କୁ ଭେଟି ଡାକ୍ତର ଅଭାବ ଥିବା ଜଣାଇ ଥିଲେ ସିଡିଏମ ମହାଶୟ ଅଳ୍ପ ଦିନ ମଧ୍ୟରେ ଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଦେବା ନିମନ୍ତେ କହିଥିଲେ l ସିଡିଏମ ପରିଦର୍ଶନ ସମୟରେ ଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଡାକ୍ତର ଶ୍ରୀ ରାହୁଲ କୁମାର ସାହୁ ସୁବ୍ରତ ଦାସ ଓ ଅନ୍ୟାନ୍ୟ ଡାକ୍ତର,ନର୍ସ, ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l
