ବାହୁଦା ନଦୀରେ ବନ୍ୟା: କଲିଙ୍ଗଦଳା ଆନିକଟ ଉପରେ ପ୍ରବାହିତ ହେଉଛି ୪ରୁ ୧ ଫୁଟ୍ ଜଳ, ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ

ଚିକିଟି l ଗଞ୍ଜାମଜ଼ିଲ୍ଲା l ଜଗନ୍ନାଥ ନାୟକ ll ଲଗାଣ ବର୍ଷା ଯୋଗୁଁ ବାହୁଦା ନଦୀରେ ବନ୍ୟାଜଳ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଚିକିଟି ଅଞ୍ଚଳର କଲିଙ୍ଗଦଳା ଆନିକଟ ଉପରେ ପ୍ରାୟ ୪ରୁ ୧ ଫୁଟ୍ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି। ନଦୀରେ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ନେଇ ସତର୍କତା ଦେଖାଦେଇଛି। ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇ ଆନିକଟ ଉପରେ ପ୍ରଖର ସ୍ରୋତରେ ପାଣି ପ୍ରବାହିତ ହେଉଛି। ଏଭଳି ସ୍ଥିତିରେ ଆନିକଟ ଦେଇ ଯାତାୟାତ କରିବା ବିପଦପୂର୍ଣ୍ଣ ହୋଇପାରେ। ତେଣୁ ନଦୀ ଓ ଆନିକଟ ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ଆବଶ୍ୟକ।ବନ୍ୟା ପରିସ୍ଥିତିର ଅନୁଧ୍ୟାନ ପାଇଁ ବିଭିନ୍ନ ବିଭାଗ ଓ ତହସିଲଦାରଙ୍କ କର୍ମଚାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ନଦୀର ଜଳପ୍ରବାହ ଓ ଆଖପାଖ ଅଞ୍ଚଳର ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି। ବର୍ଷା ଜାରି ରହିଲେ ବନ୍ୟାଜଳ ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଥିବାରୁ ନଦୀକୂଳବାସୀଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଆହ୍ୱାନ କରାଯାଇଛି।

Smart Computer Ad
You might also like
error: Content is protected !!