କେ.ନୂଆଗାଁ ସିଏଚ୍‌ସିରେ ସ୍ୱଚ୍ଛତା ପକ୍ଷ ପାଳିତ

କେ.ନୂଆଗାଁ :୨୯/୧୦: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର କେ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) ପରିସରରେ ଆଜି ସ୍ୱଚ୍ଛତା ପକ୍ଷ ପାଳନ କରାଯାଇଛି। ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ସଫାସୁତୁରା ରଖିବା ସହ ସ୍ୱଚ୍ଛତାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ CHCର BPHO ଡା. ପ୍ରିୟବ୍ରତ ପାଣିଗ୍ରାହୀ, ମେଡିକାଲ ଅଫିସର ଡା. ନିଖିଲ କୁମାର ଦାଶ, ଡା. ମହେନ୍ଦ୍ର ପ୍ରଧାନ, BPM ଅନିତା ନାୟକ, PHEO ଆମିର ସାହାଣୀ, BAM ଜିତେନ୍ଦ୍ର

କେ.ନୂଆଗାଁ ସିଏଚ୍‌ସିରେ ସ୍ୱଚ୍ଛତା ପକ୍ଷ ପାଳିତ

ନାୟକ, BDMଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏଥିସହ ବାଲ ରକ୍ଷା ଭାରତ (Bal Raksha Bharat) ଏନ୍‌ଜିଓର କର୍ମଚାରୀମାନେ ମଧ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ସ୍ୱଚ୍ଛ ପରିବେଶ ରୋଗ ନିୟନ୍ତ୍ରଣ ଓ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷାରେ ସହାୟକ ହୋଇଥାଏ। ତେଣୁ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ନିଜ ଘର ଓ ଆଖପାଖ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଚ୍ଛତାର ବାର୍ତ୍ତା ପ୍ରସାର କରାଯାଇଥିଲା।

Smart Computer Ad
You might also like
error: Content is protected !!