ନୂଆପଡ଼ା ବାଲାଜୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଜନତାର ବାଜିମାତ ସଭାପତି ଭାବେ ଓମ୍ ପ୍ରସାଦ ପାତ୍ର ବିଜୟୀ, ବର୍ଷା ପ୍ରଧାନ ସାଧାରଣ ସମ୍ପାଦକ
ଚିକିଟି | ଗଞ୍ଜାମ| ଜଗନ୍ନାଥ ନାୟକ | ଚିକିଟିସ୍ଥିତ ନୂଆପଡ଼ା ବାଲାଜୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ଜନତାର ବାଜିମାତ ହୋଇଛି। ଏହି ନିର୍ବାଚନରେ ସଭାପତି ପଦବୀ ପାଇଁ ଓମ୍ ପ୍ରସାଦ ପାତ୍ର ବିଜୟୀ ହୋଇଛନ୍ତି। ସେହିପରି ଲତା ପ୍ରଧାନ ଉପସଭାପତି ଏବଂ ବର୍ଷା ପ୍ରଧାନ ସାଧାରଣ ସମ୍ପାଦକ ଭାବେ ବିଜୟ ଲାଭ କରିଛନ୍ତି।ଏଥିସହ ସୂର୍ଯ୍ୟ ସେଠ ଛାତ୍ର ସଂସଦର ସହସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ଏସ୍. ତରୁଣ ଆଚାରୀ କ୍ରୀଡ଼ା ସମ୍ପାଦକ ଏବଂ ରୂପାଳିନୀ ନାଇକ ଅନ୍ୟ ଏକ ସମ୍ପାଦକୀୟ ପଦବୀରେ ବିଜୟୀ ହୋଇଥିବା ଜଣାପଡ଼ିଛି।

ନାମାଙ୍କନ ଦାଖଲ ସମୟରେ ନାଟ୍ୟ ସଂସଦ ସମ୍ପାଦକ ପଦବୀ ପାଇଁ ଇସ୍ପିତା ସାହୁଙ୍କ ସମେତ ଅନ୍ୟ ପଦବୀଗୁଡ଼ିକ ପାଇଁ ମଧ୍ୟ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଥିଲେ। ଅନ୍ୟପକ୍ଷରେ ବି.ଏସ୍.ଏସ୍. ସହସମ୍ପାଦକ ପଦବୀରେ ବବିଲକ୍ଷ୍ମୀ ବାରିକ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଥିଲେ।ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀମାନଙ୍କୁ ସହପାଠୀ ଓ ଶୁଭେଚ୍ଛୁମାନେ ଅଭିନନ୍ଦନ ଜଣାଇଛନ୍ତି। ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ମହାବିଦ୍ୟାଳୟର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ ପାଇଛି।
