କମିସନେରେଟ୍ ପୁଲିସ୍ ପକ୍ଷରୁ ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଜଟଣୀ: ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ମହୋତ୍ସବ ପାଇଁ କମିସନେରେଟ୍ ପୁଲିସ୍ ପକ୍ଷରୁ ପ୍ରସ୍ତୁତି ବୈଠକ ସ୍ଥାନୀୟ ଅଗ୍ରୱାଲା ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜଟଣୀର ପ୍ରସିଦ୍ଧ ଗଣେଶପୂଜା ଆଧାରିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଜଟଣୀ ଥାନାଧୂକାରୀ ଷ୍ଟାଲିନ ବିଶ୍ବାଳଙ୍କ ଅଧ୍ଯକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ସଭାରେ ମୁଖ୍ୟ ଅତିଥ୍‌ ଭାବେ ଅତିରିକ୍ତ ଡିସିପି ସଞ୍ଜୟ କୁମାର ମହାପାତ୍ର ଯୋଗଦେଇ ଆଇନ ପରିଧୂ ମଧ୍ୟରେ ରହି ପୂଜା ଉତ୍ସବ ପାଳନ କରିବା ପାଇଁ ସମସ୍ତ ବଜାର କମିଟି ମୁଖ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ I ସେହିପରି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ଅତି ଉଚ୍ଚ ଶବ୍ଦ ଯୁକ୍ତ ଡିଜେ ବାଜିବା ନିଷେଧ ଉପରେ ଗୁରୁତ୍ବାରୋପ କରିଥିଲେ I ଏହିପରି ଅନ୍ୟତମ ଅତିଥ୍‌ ଭାବେ ଉପସ୍ଥିତ ଥ‌ିବା ଜୋନ ତିନି ଏସିପି ପ୍ରଶାନ୍ତ କୁମାର ସାହୁ ପୂର୍ବରୁ ଯେଉଁଭଳି ଭାବେ ପରମିସନ ପାଇଁ ଥାନାରେ ସିଙ୍ଗଲ ଉଇଣ୍ଡୋ ବ୍ୟବସ୍ଥା କରାଯାଇଥୁଲା ସେହିଭଳି ଚଳିତ ବର୍ଷ ମଧ୍ଯ କରାଯିବ ବୋଲି ମତବ୍ୟକ୍ତ କରିଥିଲେ I ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ଶିବାଶିଷ ପରିଡ଼ା, ପୌର ନିର୍ବାହୀ ଅଧୂକାରୀ ଆକୃତି ଗୋଏଙ୍କା, ବିଡ଼ିଓ ବସନ୍ତି କୁମାର ହାତୀ, ନଗରପାଳ ଅନନ୍ତି ବେହେରା ଓ ବ୍ୟବସାୟୀ ମହାସଂଘର ସଭାପତି ସୁଦର୍ଶନ ସୁନ୍ଦରାୟ,ସାଂସଦଙ୍କ ପ୍ରତିନିଧୂ ସତିଶ ଶର୍ମା ବିଜେଡ଼ି ନେତା ଅନନ୍ତି ଶତପ‌ଥୀ ପ୍ରମୁଖ ମଞ୍ଚାସିନ ଥିଲେ lଏଥ୍ ସହିତ ୱାଟକୋ ଅଧୂକାରୀ, ବିଦ୍ୟୁତ ବିଭାଗ, ଆରପିଏଫ ଅଧୂକାରୀ, ପୂର୍ତ୍ତବିଭାଗ ଯନ୍ତ୍ରୀ ଓ ଅଗ୍ନିଶମ ବିଭାଗ ଓ ଅବକାରୀ ଅଧୂକାରୀ ମିତ୍ରାବିନ୍ଦା ପରିଡ଼ା, ଭସାଣି କମିଟି ଅଧକ୍ଷ ସଂଗ୍ରାମ କେଶରୀ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ I ପରିଶେଷରେ ଥାନାଧୂକାରୀ ଶ୍ରୀ ବିଶ୍ବାଳ ପୂଜା ଉତ୍ସବ ବାରଦିନ ଧରି ସମସ୍ତ ପୂଜା ମଣ୍ଡପ ସମୁଖରେ ସିସି କ୍ୟାମେରା, ପାକିଂ ଓ ଟ୍ରାଫିକ ବ୍ୟବସ୍ଥା ଏବଂ ଆବଶ୍ୟକ ସ୍ଥଳେ ସିକ୍ୟୁରିଟି ବ୍ୟବସ୍ଥା ଆଦି ବାଧ୍ୟତା ମୂଳକ କାର୍ଯ୍ୟକାରୀ କରାଯିବା ପାଇଁ ସୂଚନା ଦେବା ସହିତ ନିଶାମୁକ୍ତ ଉତ୍ସବ ପାଳନ ପାଇଁ ଆୱାନ କରିଥିଲେ l

Smart Computer Ad
You might also like
error: Content is protected !!