ବାଲିଗୁଡ଼ା, ୨୯/୦୮: (ସୁକାନ୍ତ କୁମାର ତ୍ରିପାଠୀ)
ସ୍ଥାନୀୟ ଉପଖଣ୍ଡ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ଏହି ପ୍ରତିଯୋଗିତାକୁ ସହାୟକ ଜିଲ୍ଲାପାଳ ସଂଜୀବ କୁମାର ରୁପାମାଝୀ, ରୂପକ କୁମାର କୁଜୁର,

ରେଭିନ୍ୟୁ ସୁପରଭାଇଜର ବିପିନ କୁମାର ପ୍ରଧାନ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଥମ ସଟ୍ ମାରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।

ପ୍ରତିଯୋଗିତାରେ ପ୍ରଶାସନ, ଜନପ୍ରତିନିଧି, ଗଣମାଧ୍ୟମ, ବେସରକାରୀ ସଂଗଠନ ଏବଂ ଅଞ୍ଚଳର ବରିଷ୍ଠ ଫୁଟବଲ୍ ଖେଳାଳିଙ୍କୁ ନେଇ ଗଠିତ ଦଳ ଅଂଶଗ୍ରହଣ କରିଥିଲେ। ମୋଟ ତିନୋଟି ପର୍ଯ୍ୟାୟରେ ଖେଳ

ଅନୁଷ୍ଠିତ ହୋଇଥିଲା।ପ୍ରଥମ ମ୍ୟାଚ୍ରେ ବେସରକାରୀ ସଂଗଠନ ଏକାଦଶ ୩-୦ ଗୋଲରେ ପ୍ରେସ୍ ଏକାଦଶକୁ ପରାସ୍ତ କରିଥିଲା। ଦ୍ୱିତୀୟ ମ୍ୟାଚ୍ରେ ପ୍ରଶାସନ ଏକାଦଶ ୧-୦ ଗୋଲରେ ଭେଟେରାନ୍

ଏକାଦଶକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲ ମ୍ୟାଚ୍ରେ ପ୍ରଶାସନ ଏକାଦଶ ଦମ୍ଦାର ପ୍ରଦର୍ଶନ କରି ବେସରକାରୀ ସଂଗଠନ ଏକାଦଶକୁ ୯-୦ ଗୋଲର ବୃହତ୍ ବ୍ୟବଧାନରେ

ପରାସ୍ତ କରି ଚାମ୍ପିଅନ୍ ହୋଇଥିଲା।ଏହି ଅବସରରେ ୭ ଜଣ କୃତୀ କ୍ରୀଡ଼ାବିତ୍ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ରୀଡ଼ା ସଂଘର ଉପସଭାପତି ସତ୍ୟନାରାୟଣ ପାଢ଼ୀ, ସମ୍ପାଦକ ଡ. ସୁଶାନ୍ତ କୁମାର

ଦାସ, ଉପଦେଷ୍ଟା ସୁରେନ୍ଦ୍ର କୁମାର ପାତ୍ର, ଶିବାନନ୍ଦ ପଟ୍ଟନାୟକ, ସୂର୍ଯ୍ୟନାରାୟଣ ସୁଆର, ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ଶ୍ରୀନିବାସ ଦୋରା, ସୁଜିତ୍ କୁମାର ପାଳ, ସମୀର କୁମାର ପଟ୍ଟନାୟକ,

ରଞ୍ଜିତ୍ କୁମାର ମହାନ୍ତି, ଏଲିଆସ ଦିଗାଳ, ମିଲ୍ମନ୍ ନାୟକ ଓ ସଂଜୀବ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।
