ପୁବୁସାହି ପାର୍କ ନିକଟରୁ ୩୯.୫ କେଜି ଗଞ୍ଜେଇ ଜବତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଖୋର୍ଦ୍ଧା: ପୁବୁସାହି ପାର୍କ ନିକଟରେ ଚଢ଼ାଉ କରି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ୩୯.୫ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି।ଗଞ୍ଜେଇ ଚାଲାଣ ସମ୍ପର୍କରେ ସୂଚନା ପାଇ ପୋଲିସ ପୁବୁସାହି ପାର୍କ ନିକଟରେ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୩୯.୫ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଘଟଣାସ୍ଥଳରୁ ୫ ଜଣଙ୍କୁ କାବୁ କରିଥିଲା ପୋଲିସ।ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ଗଞ୍ଜେଇ ଚାଲାଣର ଉତ୍ସ ଓ ଏହା ପଛରେ ଥିବା ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି।

Smart Computer Ad
You might also like
error: Content is protected !!