ବାଲିଗୁଡ଼ା : 23/08 : ସୁକାନ୍ତ କୁମାର ତ୍ରିପାଠୀ
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ବାଲିଗୁଡ଼ା ନଗରରେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ବିଶ୍ୱନାଥ ପାତ୍ର (ଜିତୁ ଭାଇ)ଙ୍କ ଅଧ୍ୟକ୍ଷତାରେ

ଗାୟତ୍ରୀ ମନ୍ଦିର ପରିସରରେ ପାଳିତ ହୋଯାଇଛି।ସ୍ୱାମୀ ଲକ୍ଷ୍ମଣାନନ୍ଦ ଆଦର୍ଶ କନ୍ଧମାଳ ବିକାଶ ମଞ୍ଚ ପକ୍ଷରୁ ସ୍ୱାମୀଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପୂଜାର୍ଚ୍ଚନା

କରାଯାଇଥିଲା। ପରେ ଏକ ସଭା ଆୟୋଜିତ ହୋଇ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଆଦର୍ଶ, ତ୍ୟାଗ ଓ ସମାଜ ପ୍ରତି ଅବଦାନକୁ ସ୍ମରଣ କରାଯାଇଥିଲା।ସ୍ୱାମୀଜୀଙ୍କ ଆଦର୍ଶରେ

ଅନୁପ୍ରାଣିତ ହୋଇ ଚକାପାଦ ଓ ଜାଲେଶପଟ୍ଟା ଆଶ୍ରମରେ ଅନେକ ଛାତ୍ରଛାତ୍ରୀ ସନାତନ ଧର୍ମ ସମ୍ପର୍କରେ ଶିକ୍ଷା ଗ୍ରହଣ କରି ଆଜି ବିଭିନ୍ନ କ୍ଷେତ୍ରରେ ଆଗଧାଡ଼ିରେ

ରହିଛନ୍ତି ବୋଲି ବକ୍ତାମାନେ କହିଥିଲେ। ଧର୍ମୀୟ ଓ ସାମାଜିକ ମୂଲ୍ୟବୋଧର ସୁରକ୍ଷା ସହ ସଂଗଠନକୁ କିପରି ଆଗକୁ ନିଆଯାଇପାରିବ, ସେନେଇ ମଧ୍ୟ ଆଲୋଚନା

ହୋଇଥିଲା।ସଭା ପରେ ଏକ ରାଲି ମାଧ୍ୟମରେ ବାଲିଗୁଡ଼ା ନଗର ପରିକ୍ରମା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅଧ୍ୟକ୍ଷ ବିଶ୍ୱନାଥ ପାତ୍ରଙ୍କ ସମେତ ଜିଲ୍ଲା

ସଭାପତି ଅରୁଣ ନାୟକ, ରାଷ୍ଟ୍ରୀୟ ବଜରଙ୍ଗ ଦଳର ଓଡ଼ିଶା ପୂର୍ବ ସମ୍ପାଦକ ଅରବିନ୍ଦ ଦାସ, କେନ୍ଦ୍ରାପଡ଼ା ବିଭାଗ ସଂଯୋଜକ ବାଦଲ ଦାସ, ରାଜ୍ୟ ଗୋରକ୍ଷା ପ୍ରମୁଖ

ମୃତ୍ୟୁଞ୍ଜୟ ଦାସ ଓ ହିନ୍ଦୁ ମହାସଭାର ରାଜ୍ୟ ଅଧ୍ୟକ୍ଷ ସୂର୍ଯ୍ୟବଂଶୀ ଜୟନ୍ଧ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମରେ ଦୀକ୍ଷାଗୁରୁ, କୀର୍ତ୍ତନ ଗୁରୁ ଓ ଅନେକ ପୁରୁଷ ଓ
ମହିଳା ଯୋଗଦେଇଥିଲେ।

