ସ୍ୱାଧୀନତା କପ୍ ଫୁଟବଲ ଚାମ୍ପିୟନଶିପ୍‌: ପ୍ରଥମ ସେମିଫାଇନାଲରେ ପେନାଲ୍ଟି ସୁଟ୍‌ଆଉଟ୍‌ରେ ସିନ୍ଦ୍ରିଗାଁ ବିଜୟୀ

ବାଲିଗୁଡ଼ା, ୦୯/୦୮: ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍‌ ପରିସରରେ ଚାଲିଥିବା ସ୍ୱାଧୀନତା କପ୍ ଫୁଟବଲ ଚାମ୍ପିୟନଶିପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ସୁଣ୍ଡରୁମିଲାକୁ ପେନାଲ୍ଟି ସୁଟ୍‌ଆଉଟ୍‌ରେ ୪-୨ ଗୋଲରେ ପରାସ୍ତ କରି ସିନ୍ଦ୍ରିଗାଁ ଦଳ ଫାଇନାଲରେ ପ୍ରବେଶ କରିଛି।ଚଳିତ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ୍‌ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ବାଲିଗୁଡ଼ା ସମେତ ସୀତାପଡ଼ି, ସୁଣ୍ଡରୁମିଲା, ସଲାଗାପଦର, ଡୋପାସାହି, ସିନ୍ଦ୍ରିଗାଁ, ବରିପଡ଼ା, ବାରଖମା, ସିପାଞ୍ଜିରୀ, ପାଦେରୀପଡ଼ା, ବାଲିସୁଗା ଓ ପାକୁଲଦା ଅଞ୍ଚଳର ଫୁଟବଲ ଦଳ ଅଂଶଗ୍ରହଣ କରୁଛନ୍ତି।ରବିବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ସୁଣ୍ଡରୁମିଲା ଓ ସିନ୍ଦ୍ରିଗାଁ ମଧ୍ୟରେ ଜୋରଦାର ମୁକାବିଲା ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳର କୌଣସି ଖେଳାଳି ଗୋଲ୍‌ କରିପାରିନଥିଲେ। ଫଳରେ ମ୍ୟାଚ୍‌ର ନିଷ୍ପତ୍ତି ପେନାଲ୍ଟି ସୁଟ୍‌ଆଉଟ୍‌ ମାଧ୍ୟମରେ ହୋଇଥିଲା। ଏଥିରେ

ସ୍ୱାଧୀନତା କପ୍ ଫୁଟବଲ ଚାମ୍ପିୟନଶିପ୍‌: ପ୍ରଥମ ସେମିଫାଇନାଲରେ ପେନାଲ୍ଟି ସୁଟ୍‌ଆଉଟ୍‌ରେ ସିନ୍ଦ୍ରିଗାଁ ବିଜୟୀ

ସିନ୍ଦ୍ରିଗାଁ ୪-୨ ଗୋଲରେ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି।ମ୍ୟାଚ୍‌କୁ ରେଫରୀ ସଞ୍ଜୟ ବେହେରା, ସୂର୍ଯ୍ୟ ନାରାୟଣ ସୁଆର, ଇଲିଆସ ଦିଗାଳ ଓ ମିଥୁନ ନାୟକ ସୁଚାରୁ ଭାବେ ପରିଚାଳନା କରିଥିଲେ। ସ୍ଥାନୀୟ ଉପଖଣ୍ଡ କ୍ରୀଡ଼ା ସଂଘ ପକ୍ଷରୁ ସେକ୍‌ ସାଦିକ, ସୁଶାନ୍ତ କୁମାର ଦାସ, ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ରଞ୍ଜନ କୁମାର ନାୟକ, ବ୍ରଜଶେଖର ନାୟକ ଓ ନଳିନୀକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ମ୍ୟାଚ୍‌ ପରିଚାଳନାରେ ସହଯୋଗ କରିଥିଲେ।ସୋମବାର ଚାମ୍ପିୟନଶିପ୍‌ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଆଦିବାସୀ ମହାବିଦ୍ୟାଳୟ ଓ ପାକୁଲଦା ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ ମଧ୍ୟ ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ସ୍ୱାଧୀନତା କପ୍ ଫୁଟବଲ ଚାମ୍ପିୟନଶିପ୍‌: ପ୍ରଥମ ସେମିଫାଇନାଲରେ ପେନାଲ୍ଟି ସୁଟ୍‌ଆଉଟ୍‌ରେ ସିନ୍ଦ୍ରିଗାଁ ବିଜୟୀ

advertisement

You might also like
error: Content is protected !!