ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ -ଜୀ ରାମ ଜୀ ଶୀର୍ଷକ କର୍ମଶାଳା ପାଳିତ

ଭୁବନେଶ୍ୱର,(ପି.ଆଇ.ବି):-

ଭାରତ ସରକାର ଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବୁରୋ, କ୍ଷେତ୍ର କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଧୀନ ଚlକୁଣ୍ଡାପାଳ ଗ୍ରାମ ପଂଚାୟତ ଠାରେ ବିକଶିତ ଭାରତ -ଜୀ ରାମ ଜୀ ଆଇନ -2025 ଶୀର୍ଷକ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସୂଚନାଧର୍ମୀ ବିଷୟବସ୍ତୁ ସ୍ଥାନ ପାଇଥିଲା l ତେବେ ଆଜିର ଏହି କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଶ୍ରୀ ଅଖିଳ କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ରକ୍ଷlମଣୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ସେହିଭଳି ଶ୍ରୀମତୀ ବିଶ୍ୱଜିତା ନାୟକ, AE, ପାଟଣା ବ୍ଲକ, ଶ୍ରୀମତୀ ଶୁଭାସ୍ମିତା ନାୟକ, ନାଏବ ସରପଞ୍ଚ, ଶ୍ରୀମତୀ ଶୁଭଶ୍ରୀ ସେଠି, PEO, କେନ୍ଦୁଝର ସାଂସଦ ପ୍ରତିନିଧି ହରିହର ମହନ୍ତ, ସମାଜସେବୀ ଲଷ୍ମୀଧର ନାୟକ, ୱାର୍ଡମେମ୍ବର ପୂର୍ଣ୍ଣ ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଏହି ଅବସରରେ ସ୍ଥାନୀୟ ଗ୍ରାମବାସୀ ଏବଂ ମା ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ପରେ କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରି ବିଧାୟକ ଶ୍ରୀ ନାୟକ ଭାରତ ସରକାର ଙ୍କ ବିଭିନ୍ନ ଯୋଜନା ଦ୍ୱାରା ସାଧାରଣ ଜନତାଙ୍କ କିଭଳି ଉନ୍ନତି ହୋଇପାରୁଛି ଓ ବିକଶିତ ଭାରତ -ଜୀ ରାମ ଜୀ ଆଇନ -2025 କିଭଳି ଲୋକଙ୍କୁ ସହାୟକ ହେବ ସେ ସମ୍ପର୍କ ରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରିଥିଲେ l ସେ ଜନଜାତି ଭାଇ ଭଉଣୀ ଙ୍କ ପ୍ରଗତି ଲାଗି କେନ୍ଦ୍ର ସରକାର ପ୍ରଣୟନ କରୁଥିବା ବିଭିନ୍ନ ଯୋଜନା ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ l 

  ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଗତକାଲି ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀ ଙ୍କୁ ମୁଖ୍ୟ ଅତିଥି ଏହି ଅବସରରେ ପୁରସ୍କୃତ କରିଥିଲେ l କେନ୍ଦୁଝର ସିବିସି ର ସହକାରୀ ନିର୍ଦେଶକ ପାର୍ଥସାରଥୀ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀ ପ୍ରଦୀପ କୁମାର ନାୟକ ସହଯୋଗ କରିଥିଲେ l ଆଜି ଏହି ଅବସରରେ ସୂଚନାଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ବହୁ ସଂଖ୍ୟାରେ ମହିଳା ଓ ସ୍ଥାନୀୟ ଗ୍ରାମବାସୀ ସାମିଲ ହୋଇଥିଲେ

You might also like
error: Content is protected !!