ନୟାଗଡ଼(ପ୍ରଭାକର.ଶିରୋମଣି)
ରାଜ୍ୟ ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ନାରୀ ସୁରକ୍ଷା ତଥା ସଚେତନତା ପାଇଁ କଣ୍ଟିଲୋ ନୀଳମାଧଵ ମହାବିଦ୍ୟାଳୟ ୨୨ ନଂ ସଭା ଗୃହରେ ଏକ ଆଲୋଚନା ଚକ୍ର ଆଜି ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ସହ ଜିଲ୍ଲାପାଳ ତପତି ରାଜ ଯୋଗ ଦେଇ ନାରୀ ମାନଙ୍କ ସୁରକ୍ଷା,ଦକ୍ଷତା ଓ ଆତ୍ମ ରକ୍ଷା ସମ୍ବନ୍ଧରେ ବିଭିନ୍ନ ଉଦାହରଣ ମାଧ୍ୟମରେ ଉପସ୍ଥିତ + ୩ ବର୍ଷର ଛାତ୍ରୀ ମାନଙ୍କୁ ବୁଝାଇବା ସଙ୍ଗେ ସଙ୍ଗେ ପୁରାଣ ଶାସ୍ତ୍ରରେ ଥିବା ମହିଳା ମାନଙ୍କ ଶକ୍ତି ଉପରେ ଆଲୋକ ପାତ କରି ଛାତ୍ରୀ ମାନଙ୍କୁ ଗୋଷ୍ଟୀ ମାଧ୍ୟମ ରେ ଆଗେଇ ଯିବାକୁ ପରାମର୍ଶ ଦେଇଥିଲେ l ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ପ୍ରଭାକର ଶିରୋମଣି ଯୋଗ ଦେଇଥିଲା ବେଳେ କଲେଜ କର୍ମଚାରୀ ସଂଘ ମୁଖ୍ୟ ଅଧ୍ୟାପକ ହୃଷି କେଶ ମିଶ୍ର ଯୋଗ ଦେଇ ଆଲୋଚନା ଚକ୍ରରେ ଭାଗ ନେଇଥିଲେ l ଅଧ୍ୟାପକ ଡ଼. ଅଶୋକ କୁମାର ପାତ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲା ବେଳେ ଅଧ୍ୟାପକ ଓମ ପ୍ରକାଶ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଅଧ୍ୟାପିକା ଲିପିକା ସାହୁ ଶକ୍ତି ଶ୍ରୀ ର ସଂଯୋଜିକା ଦାୟିତ୍ୱ ତୁଲାଇ ପରିଚାଳନା କରି ଥିଲା ବେଳେ ଅଧ୍ୟାପିକା ରଶ୍ମିତା ସାହୁ ସହାୟତା କରିଥିଲେ l ଏହି କାର୍ଯ୍ୟ କ୍ରମରେ କଲେଜ ଅଧ୍ୟକ୍ଷା ଅନୁପସ୍ଥିତ ଥିବାରୁ ଅଧ୍ୟାପକ ସୁଜଳ ମହାରଣା ସଭାପତିତ୍ୱ କରି ଆଲୋଚନାକୁ ଆଗେଇ ନେଇଥିଲେ l