ଆଦିବାସୀ ମହାବିଦ୍ୟାଳୟରେ ଷ୍ଟାର୍ଟଅପ୍ ଇନୋଭେସନ୍ କର୍ମଶାଳା ଅନୁଷ୍ଠିତ

ବାଲିଗୁଡା, ୨୨/୦୭: ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ +୩ ଛାତ୍ରଛାତ୍ରୀମାନଙ୍କୁ ନେଇ ଉଚ୍ଚ ଶିକ୍ଷା ବିଭାଗର ପ୍ରତ୍ୟକ୍ଷ ଅନୁଦାନରେ ଏକ ଷ୍ଟାର୍ଟଅପ୍ ଇନୋଭେସନ୍ କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।କର୍ମଶାଳାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ପରିଚାଳକ ଅକ୍ଷୟ କୁମାର ବେହେରା ସମ୍ବଳ ବ୍ୟକ୍ତିତ୍ୱ ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍, ନୂତନ ଉଦ୍ଭାବନ ଓ

ଆଦିବାସୀ ମହାବିଦ୍ୟାଳୟରେ ଷ୍ଟାର୍ଟଅପ୍ ଇନୋଭେସନ୍ କର୍ମଶାଳା ଅନୁଷ୍ଠିତ

ଆତ୍ମନିର୍ଭରଶୀଳତା ସମ୍ପର୍କରେ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତିଭୂଷଣ ଆଚାର୍ଯ୍ୟ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ କର୍ମଶାଳାର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଆକାଉଣ୍ଟ ବର୍ସର ସରୋଜ କୁମାର ପାଠୀ ବିଷୟବସ୍ତୁ ଉପରେ ବିଶ୍ଳେଷଣାତ୍ମକ ଟିପ୍ପଣୀ ଉପସ୍ଥାପନ କରିଥିଲେ।ଅନ୍ତଃଗୁଣବତ୍ତା ପ୍ରକୋଷ୍ଠର ସଂଯୋଜକ ହିମାଂଶୁତରଣ ସାହୁ ଏବଂ କାର୍ଯ୍ୟକ୍ରମ ସଂଯୋଜକ ତାପସ କୁମାର ବାରିକ କର୍ମଶାଳା ପରିଚାଳନା କରିବା ସହ

ଆଦିବାସୀ ମହାବିଦ୍ୟାଳୟରେ ଷ୍ଟାର୍ଟଅପ୍ ଇନୋଭେସନ୍ କର୍ମଶାଳା ଅନୁଷ୍ଠିତ

ଉଦ୍ବୋଧନ ଦେଇଥିଲେ। ଶେଷରେ ନାକ୍ ସଂଯୋଜକ ଡ. ଯୁଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।କର୍ମଶାଳାରେ ଉପସ୍ଥିତ +୩ ଛାତ୍ରଛାତ୍ରୀମାନେ ଷ୍ଟାର୍ଟଅପ୍ ଓ ଉଦ୍ଭାବନ ସମ୍ପର୍କିତ ବିଭିନ୍ନ ଦିଗ ବିଷୟରେ ଅବଗତ ହେବା ସହ ନିଜସ୍ୱ ଉଦ୍ୟମ ଗଢ଼ି ତୋଳିବା ପାଇଁ ପ୍ରେରଣା ଲାଭ କରିଥିଲେ।

ରିପୋର୍ଟ -ସୁକାନ୍ତ କୁମାର ତ୍ରିପାଠୀ

You might also like
error: Content is protected !!