ଗଞ୍ଜୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳନ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡା, ୧୩/୦୭: ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ଗଞ୍ଜୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ “ମା’ ନାମରେ ଗଛଟିଏ” ଲଗାଇବା ପାଇଁ ପ୍ରେରିତ କରାଯିବା ସହ ବୃକ୍ଷର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା। ବୃକ୍ଷ କିପରି ପରିବେଶର ସନ୍ତୁଳନ ରକ୍ଷା କରିବା ସହ ମାନବଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉପକାରୀ ହୋଇଥାଏ, ସେ ସମ୍ପର୍କରେ ବିସ୍ତୃତ ଆଲୋକପାତ କରାଯାଇଥିଲା।ଶେଷରେ ବିଦ୍ୟାଳୟ ପରିସରରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ମିଳିତ ଭାବେ ବିଭିନ୍ନ ପ୍ରଜାତିର ଚାରାରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ।

ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ

Smart Computer Ad
You might also like
error: Content is protected !!