ଜିଲ୍ଲାସ୍ତରୀୟ ଗୋପବନ୍ଧୁ ସ୍ମାରକ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ

ଫୁଲବାଣୀ,୧୩/୦୭ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ ଚିଦାନନ୍ଦ ବିଦ୍ୟାଳୟରେ ଲୋକସେବକ ମଣ୍ଡଳ ପକ୍ଷରୁ ଜିଲ୍ଲାସ୍ତରୀୟ ଗୋପବନ୍ଧୁ ସ୍ମାରକ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଶାନ୍ତିଶୃଙ୍ଖଳାର ସହ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଯୋଗଦେଇ ନିଜ ପ୍ରତିଭାର ପ୍ରଦର୍ଶନ କରିଥିଲେ।କୁଇଜ୍ ପ୍ରତିଯୋଗିତାରେ ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଦୁତିମେଣ୍ଡିର ଦଶମ ଶ୍ରେଣୀର ଛାତ୍ର ଆଶୁତୋଷ ସାହୁ ପ୍ରଥମ ସ୍ଥାନ, ଫୁଲବାଣୀ ପବ୍ଲିକ ସ୍କୁଲର ନବମ ଶ୍ରେଣୀର ଛାତ୍ର ସାଇ ଶୁଭମ ମହାନ୍ତି ଦ୍ୱିତୀୟ ସ୍ଥାନ ଏବଂ ଜି.ଉଦୟଗିରି ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ରବୀନ୍ଦ୍ରନାଥ ଚୌଧୁରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ଖଜୁରିପଡ଼ା ବ୍ଲକର ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରୀ ତପସ୍ୱିନୀ ସାହାଣୀ ପ୍ରଥମ, ବାଲିଗୁଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଦେବାଶିଷ ପ୍ରଧାନ ଦ୍ୱିତୀୟ ଏବଂ ରାଇକିଆ ବିଜୟ ହାଇସ୍କୁଲର ସପ୍ତମ ଶ୍ରେଣୀର ଛାତ୍ର ଜ୍ୟୋତିଚରଣ ମଲ୍ଲିକ ତୃତୀୟ ସ୍ଥାନ ହାସଲ କରିଥିଲେ।ପରବର୍ତ୍ତୀ ପୁରସ୍କାର ବିତରଣ ଉତ୍ସବରେ ଅଶୋକ ମହାନ୍ତି ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ ସ୍ୱାଇଁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି. ପଦ୍ମା, ଆସିଷ୍ଟାଣ୍ଟ ସବ୍-କଲେକ୍ଟର ଟି. ପଦ୍ମନାଭ, ଫୁଲବାଣୀ ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର, ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଚିଦାନନ୍ଦ ବିଦ୍ୟାଳୟର ନିର୍ଦ୍ଦେଶକ କିଶୋର ପ୍ରଧାନ ଓ ଅଧ୍ୟକ୍ଷା ସୁଭ୍ରାରାଣୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀଙ୍କୁ ନଗଦ ପୁରସ୍କାର, ପ୍ରମାଣପତ୍ର, ଉତ୍ତରୀୟ ଓ ଟ୍ରଫି ପ୍ରଦାନ କରିଥିଲେ। କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।କୁଇଜ୍ ପ୍ରତିଯୋଗିତାରେ ରବୀନ୍ଦ୍ରନାଥ ସେଠୀ, ଅସ୍ମିତା ପାଢ଼ୀ ଓ କଲ୍ୟାଣୀ ପ୍ରଧାନ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଶିକ୍ଷୟିତ୍ରୀ ସସ୍ମିତା ବାଗ, ଶାନ୍ତିଲତା ପଟ୍ଟନାୟକ ଓ ଅନ୍ୱେଷା ସାହୁ ପ୍ରତିଯୋଗିତା ପରିଚାଳନା କରିଥିଲେ। ସାମ୍ବାଦିକ ଅଶୋକ ମହାନ୍ତି ଓ ବିଦ୍ୟାଳୟର ସମ୍ପାଦକ ମାନସ ରଞ୍ଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରାମକୃଷ୍ଣ ଚୌଧୁରୀ, ବିକାଶ ଦିଗାଲ, ସରୋଜ କୁମାର ନାଗ, ପ୍ରତ୍ୟୁଷ ପ୍ରଧାନ, ରମାକାନ୍ତ ଦିଗାଲ, ବିନୋଦ ଚନ୍ଦ୍ର ସାହୁ, କିଶୋର କହଁର, ଅନିଲ କୁମାର ମଲ୍ଲିକ, ମମତା ଦିଗାଲ, ସରସ୍ୱତୀ ନାୟକ ଓ କାଜଲ ବେହେରା ପ୍ରମୁଖ ସହଯୋଗ କରିଥିଲେ।

ରିପୋର୍ଟ -ସୁକାନ୍ତ କୁମାର ତ୍ରିପାଠୀ

Smart Computer Ad
You might also like
error: Content is protected !!