ନୀଳମାଧଵ ମନ୍ଦିର ରେ ରୁକ୍ମିଣୀ ହରଣ ଓ ବିବାହ ସମ୍ପନ୍ନ   

ନୟାଗଡ଼(ପ୍ରଭାକର ଶିରୋମଣି):-

ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର କଣ୍ଟିଲୋ ନୀଳମାଧଵ ପୀଠରେ  ଗୁରୁବାର ପାରମ୍ପରିକ ରୁକ୍ମିଣୀ ବିବାହ ଉତ୍ସବ ମନ୍ଦିର ସେବାୟତ ମାନଙ୍କ ସହାୟତାରେ ସମ୍ପନ୍ନ ହୋଇଯାଇଛି l ଏହି ଅବସର ରେ ପୁରାଣ କଥା ବସ୍ତୁ  ଅନୁସାରେ ପ୍ରଭୁ ଶ୍ରୀକୃଷ୍ଣ (ନୀଳମାଧଵ ) ରୁକ୍ମିଣୀଙ୍କୁ ହରଣ କରିବାପାଇଁ ପୂର୍ବ ନିଷ୍ପତି କ୍ରମେ ବିମଳା ଙ୍କ ମନ୍ଦିର ରେ ଅପେକ୍ଷା କରିବାକୁ ବୃଦ୍ଧ ବ୍ରାହ୍ମଣଙ୍କ ହାତରେ ଚିଟlଉ ପଠାଯାଇଥିଲା l ବୃଦ୍ଧ ବ୍ରାହ୍ମଣ ବେଶରେ ବରିଷ୍ଠ ସେବାୟତ ସଂଜୀବ କୁମାର ମିଶ୍ର ଚିଟାଉ ନେଇ ରୁକ୍ମିଣୀ ଙ୍କୁ ଦେଇଥିଲେ ଓ ଏହି ଅବସରରେ ସଖୀ ମାନଙ୍କ ଗହଣରେ ରୁକ୍ମିଣୀ ମା ‘ ବିମଳାଙ୍କ ମନ୍ଦିର ରେ ଅପେକ୍ଷା କରିଥିଲେ ଏବଂ ନିର୍ଦ୍ଧାରିତ ସମୟରେ ପ୍ରଭୁ ରଥରେ ଆସି ରୁକ୍ମିଣୀ ଙ୍କୁ ହରଣ କରି ନେଇ ଯାଉଥିଲା ଥିଲା ବେଳେ ଭାଇ ରୁକ୍ମଣ ବାଧା ଦେଇ ଥିଲେ ଓ ଶେଷରେ ପ୍ରଭୂ ଶ୍ରୀ କୃଷ୍ଣ ରୂପୀ ଶ୍ରୀ ମଦନ ମୋହନ ବୀର ବେଶରେ ଯୁଦ୍ଧ କରି  ରୁକ୍କଣ କୁ ପରାସ୍ତ କରିଥିଲେ ଓ  ରୁକ୍ମିଣୀଙ୍କୁ ହରଣ କରି  ନେଇ ବିଧି ଅନୁସାରେ ବିବାହ କାର୍ଯ୍ୟ ମୁକ୍ତି ମଣ୍ଡପ ବେଦୀରେ ସମ୍ପନ୍ନ. କରା ଯାଇଥିଲା l ଏଥିରେ କନ୍ୟା ପିତା ଭାବରେ ଜୟକୃଷ୍ଣ ମିଶ୍ର, ବର ପିତା ଭାବେ ଲକ୍ଷ୍ମଣ ମିଶ୍ର, ଛାମୁ ଖୁଣ୍ଟିଆ କୁଳମଣି ମିଶ୍ର, ପୂଜାରୀ ଭାବେ ମନୋରଞ୍ଜନ ମିଶ୍ର ( କଇରା  ), ସିଂହାରୀ ଶଶୀ ଭୂଷଣ ମିଶ୍ର  କାର୍ଯ୍ୟ ସମ୍ପାଦନ କରିଥିଲେ l ନବ ଦମ୍ପନ୍ତିଙ୍କର ବିବାହ ସମ୍ପନ୍ନ ହେବା ପରେ ମନ୍ଦିର ଭିତରକୁ ବର କନ୍ୟା ପ୍ରବେଶ କରିଥିଲେ ଓ ପରେପରେ  ମନ୍ଦିର ମଧ୍ୟରେ ଶ୍ରୀ    ଜଉଙ୍କର  ଅନ୍ୟାନ୍ୟ ନିତି ସମ୍ପନ୍ନ ହୋଇଥିଲା l ସୂଚନା ଯୋଗ୍ୟ ଯେ, ଠାକୁରଙ୍କର ଏହି ମାନବୀୟ ଲୀଳା ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗି ରହିଥିଲା l ବିଵାହ ସମୟରେ   ନୀଳମାଧଵ ପୂଜକ ସମାଜ ପକ୍ଷରୁ ବିଭିନ୍ନ ବାଣ ରୋଷଣୀ ସହ ବର ଯାତ୍ରୀଙ୍କ ପାଇଁ ମନ୍ଦିର ଉପରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ଏହି ବିବାହ କାର୍ଯ୍ୟ ସମାପନ ପରେ ରାତିରେ   ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

You might also like
error: Content is protected !!