ବାଲିଗୁଡା ଉପଖଣ୍ଡରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବାଲିଗୁଡା, ୨୧/୦୬/ : ବାଲିଗୁଡା ଉପଖଣ୍ଡ ପ୍ରଶାସନ ପକ୍ଷରୁ ରବିବାର ସ୍ଥାନୀୟ ଏନଏସି ଟାଉନହଲ୍‌ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ବାଲିଗୁଡା ବିଡିଓ ଶ୍ରୀ ଅକ୍ଷୟ କୁମାର ମଲ୍ଲିକଙ୍କ ଆୟୋଜନ ଓ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ “ବସୁଧୈବ କୁଟୁମ୍ବକମ୍”ର ବାର୍ତ୍ତାକୁ ପ୍ରାଧାନ୍ୟ ଦେଇ ବିଶ୍ୱ ସୁସ୍ଥତା ଆନ୍ଦୋଳନର ମହତ୍ତ୍ୱ ଉପରେ ଆଲୋକପାତ କରାଯାଇଥିଲା।କାର୍ଯ୍ୟକ୍ରମରେ ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ (ଆଇଏଏସ୍) ମୁଖ୍ୟ ଅତିଥି ଭାବେ ଏବଂ ଏସଡିପିଓ ଶ୍ରୀ ଶୁଭମ ଭୋସଲେ (ଆଇପିଏସ୍) ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ବାଲିଗୁଡା ଉପଖଣ୍ଡରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବାଲିଗୁଡା ଉପଖଣ୍ଡରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତବାଲିଗୁଡା ଉପଖଣ୍ଡରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତବାଲିଗୁଡା ଉପଖଣ୍ଡରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତବାଲିଗୁଡା ଉପଖଣ୍ଡରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ସେମାନେ ଯୋଗର ଶାରୀରିକ ଓ ମାନସିକ ଉପକାରିତା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ।ଉପଖଣ୍ଡ ପ୍ରଶାସନର ଅଧିକାରୀ, କର୍ମଚାରୀ ଏବଂ ବହୁ ସଂଖ୍ୟକ ସ୍ଥାନୀୟ ନାଗରିକ ସାମୂହିକ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିଲେ। ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ସୁସ୍ଥ, ସଚେତନ ଓ ସମୃଦ୍ଧ ସମାଜ ଗଠନ ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା।ଏହି ଅବସରରେ ଯୋଗ ମାଧ୍ୟମରେ ସୁସ୍ଥ ଶରୀର, ସୁସ୍ଥ ମନ ଏବଂ ସୁସ୍ଥ ସମାଜ ଗଠନର ସଂକଳ୍ପ ନିଆଯାଇଥିଲା। କାର୍ଯ୍ୟକ୍ରମଟି ସଫଳ ଭାବେ ସମାପ୍ତ ହୋଇଥିଲା ।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ, ବାଲିଗୁଡା,ମୋବାଇଲ -8847886800

You might also like
error: Content is protected !!