ବାଲିଗୁଡା, ୨୦/୦୬ : ସୁକାନ୍ତ କୁମାର ତ୍ରିପାଠୀ
ଡିସିବି ବ୍ୟାଙ୍କ ଶାଖା ପରିସରରେ ପିତୃ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୧୦ ଜଣ ଗ୍ରାହକ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ଶାଖା ପ୍ରବନ୍ଧକ ଅରୁଣ ପ୍ରସାଦ ସାହୁ ପିତୃ ଦିବସର ଗୁରୁତ୍ୱ ଓ ପରିବାର ଗଠନରେ ପିତାଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ବ୍ୟାଙ୍କର ବିଭିନ୍ନ ସଞ୍ଚୟ ଓ ବିନିଯୋଗ ଯୋଜନା ସମ୍ପର୍କରେ ଗ୍ରାହକମାନଙ୍କୁ ସଚେତନ କରାଯାଇଥିଲା।ଅପରେସନ ହେଡ୍ ନାରାୟଣ ସାହୁ, ସୌମ୍ୟ ରଞ୍ଜନ ପାତ୍ର ଏବଂ ସଞ୍ଜୀବ କୁମାର ସାହୁ ବ୍ୟାଙ୍କର

ଫିକ୍ସଡ୍ ଡିପୋଜିଟ୍ (FD), ସିନିୟର ସିଟିଜେନ୍ ପ୍ଲସ୍ ଫିକ୍ସଡ୍ ଡିପୋଜିଟ୍, ସ୍ପେଶାଲ୍ କରେଣ୍ଟ ଆକାଉଣ୍ଟ ଏବଂ DBSA ଭଳି ଉତ୍ପାଦ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।ଉପସ୍ଥିତ ଗ୍ରାହକମାନେ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ବ୍ୟାଙ୍କର ବିଭିନ୍ନ ସେବା ଓ ଯୋଜନା ବିଷୟରେ ଅଧିକ ଜ୍ଞାନ ଲାଭ କରିଥିବା କହିଥିଲେ। କାର୍ଯ୍ୟକ୍ରମଟି ସୌହାର୍ଦ୍ୟପୂର୍ଣ୍ଣ ପରିବେଶରେ ସଫଳତାର ସହ ସମ୍ପନ୍ନ ହୋଇଥିଲା।