କଣ୍ଟିଲୋ କଂସା ପିତ୍ତଳ କାରିଗର ଙ୍କ କୃତିତ୍ୱ : ନିର୍ମାଣ କଲେ ୯ ଫୁଟ ର ସିଂହାସନ

ନୟାଗଡ଼(ପ୍ରଭାକର ଶିରୋମଣି):-

 କଣ୍ଟିଲୋ ଗ୍ରାମ ର କଂସା ବାସନ ର ଉତ୍ତମ ଗୁଣବତ୍ତା ପାଇଁ ସ୍ୱତନ୍ତ୍ର ପରିଚୟ ରହିଛି। ତେବେ ଏହି ଶିଳ୍ପ ବିଭିନ୍ନ କାରଣ ରୁ ସଂକୁଚିତ ହୋଇ ପଡିଥିବାବେଳେ ନିର୍ଦିଷ୍ଟ କାରିଗର ଏବେ ବି ସେମାନଙ୍କ କଳା ନୈପୂଣ୍ୟ ର ନିଦର୍ଶନ ପ୍ରଦର୍ଶିତ କରିବା ସହିତ ଗ୍ରାମ ପରିଚୟ କୁ ବଜାୟ ରଖିଛନ୍ତି।ବର୍ତ୍ତମାନ ଶିଳ୍ପୀଶ୍ରୀ ର କାରିଗର ମାନେ ପିତ୍ତଳ ନିର୍ମିତ ସିଂହାସନ ନିର୍ମାଣ କରିଛନ୍ତି। ଯାହା କଣ୍ଟିଲୋ କଂସା ବାସନ ଶିଳ୍ପ ପ୍ରସିଦ୍ଧି କୁ ଉଜ୍ଜୀବିତ କରିବା ସହିତ ପ୍ରଶଂସା ସାଉଁଟିଛି । ଶିଳ୍ପୀଶ୍ରୀ ଅନୁଷ୍ଠାନ ମୁଖ୍ୟ ସରୋଜ ମହାରଣା ଙ୍କ ସମେତ ସନ୍ତୋଷ ମହାରଣା, ପ୍ରଶାନ୍ତ ମହାରଣା ଓ ସହଯୋଗୀ ବିପିନ, ଟୁଲୁ ପ୍ରମୁଖ ଏହି ସିଂହାସନ ନିର୍ମାଣ କରିଛନ୍ତି। ଏଥିପାଇଁ ସେମାନଙ୍କୁ ୪୫ଦିନ ସମୟ ଲାଗିଥିବା ବେଳେ ସିଂହାସନ ଖିଲଣି ର ଉଚ୍ଚତା ୯ଫୁଟ ରହିଛି।ନିର୍ମାଣ ହୋଇଥିବା ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇଛି। ପିତ୍ତଳ ଚାଦର ରେ ଡିଜାଇନ କରାଯାଇ ଅନୁଷ୍ଠାନ ଶିଳ୍ପୀ ଙ୍କ ଦ୍ୱାରା ଖୋଦେଇ କାର୍ଯ୍ୟ କରାଯାଇଛି ଓ ନିର୍ମାଣ ପ୍ରାୟ ଦେଢ଼ ମାସରେ ସମ୍ପନ୍ନ ହୋଇଛି ବୋଲି ଶିଳ୍ପୀ ସରୋଜ ମହାରଣା କହିଛନ୍ତି। ଏହି କାରୁକାର୍ଯ୍ୟପୂର୍ଣ୍ଣ ସିଂହାସନ ଖିଲଣିକୁ ଫିନିସିଂ ପରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ପଠାଯିବ ବୋଲି ଜଣାଯାଇଛି। ଫଟୋ ଅଛି

You might also like
error: Content is protected !!