ବାଲିଗୁଡ଼ାରେ ୨୩ କେଜି ଗଞ୍ଜେଇ ଜବତ, ୩ ଅନ୍ତର୍ରାଜ୍ୟ ଚୋରା ଚାଲାଣକାରୀ ଗିରଫ

ବାଲିଗୁଡ଼ା,୦୯/୦୬: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ବିରୋଧୀ ଅଭିଯାନରେ ବଡ଼ ସଫଳତା ହାସଲ କରିଛି। ଜାତୀୟ ରାଜପଥ-୫୯ର ସୀତାପଡ଼ି ଗ୍ରାମ ନିକଟରେ ଏକ ଟୟୋଟା କାରକୁ ଅଟକାଇ ତଲାସି କରିବା ସମୟରେ ୨୩ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି।ଏହି ଘଟଣାରେ ବିହାର ଅଭିମୁଖେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପପୁ ରସ୍ତୋଗୀ (ପିତା–ରାମଲାଲ ରସ୍ତୋଗୀ), ଆଚ୍ଛେ ଲାଲ ସରୋଜ (ପିତା–ଗେଣ୍ଡାଲାଲ ସରୋଜ) ଏବଂ ସନ୍ଦୀପ କୁମାର ପ୍ରଜାପତି (ପିତା–ସ୍ୱର୍ଗତ ବିଶ୍ରାମ ପ୍ରଜାପତି)। ସେମାନେ ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି।ପୋଲିସ ଜବତ ହୋଇଥିବା ଟୟୋଟା କାର ସହ ୨୩ କେଜି ଗଞ୍ଜେଇକୁ ଜବତ କରିଥିବା ବେଳେ ଏହି ଘଟଣାରେ ବାଲିଗୁଡ଼ା ଥାନାରେ କେସ ନଂ-୧୪୩/୨୦୨୬ ରୁଜୁ କରାଯାଇଛି। ଏନଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।ପୋଲିସର ସୂଚନା ଅନୁଯାୟୀ, ଏହି ଗଞ୍ଜେଇ ଚାଲାଣ ଚକ୍ର ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଚଳାଇଛନ୍ତି ।

Smart Computer Ad
You might also like
error: Content is protected !!