ବେପରୁଆ ବାଇକ ଚାଳନା ପାଇଁ ଦୁର୍ଘଟଣା ଘଟି ଚାଲିଗଲା ବୟସ୍କ ବ୍ୟକ୍ତିଙ୍କ ଜୀବନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଜଟଣୀ ଥାନା ଅନ୍ତର୍ଗତ ରାଣୀପୁର ଗ୍ରାମରେ ବେପରୁଆ ବାଇକ ଚାଳନା ପାଇଁ ଦୁର୍ଘଟଣା ଘଟି ଚାଲିଗଲା ବୟସ୍କ ବ୍ୟକ୍ତିଙ୍କ ଜୀବନ । ମୃତକ ହେଲେ ରାଣୀପୁର ଗ୍ରାମର ବ୍ରଜ ଚଣ୍ଡ । ଘଟଣାଟି ତିରିମଲ ମୁଖ୍ୟ ରାସ୍ତା ରାଣୀପୁର ଗ୍ରାମରେ । ବ୍ରଜ ଚଣ୍ଡ ନାମକ ବ୍ୟକ୍ତି ରାସ୍ତାରେ ଠିଆ ହୋଇଥିବାବେଳେ ୩ ଜଣ ଯୁବକ ଏକ ବାଜାଜ ପଲସର ବାଇକରେ ତିରିମଲ ପଟୁ ଦ୍ରୁତ ଗତିରେ ଆସି ପଛରୁ ଧକ୍କା ଦେଇଥିଲେ । ଘଟଣା ସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣାଟିର ଖବର ପାଇ ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଘଟଣା ସ୍ଥଳରେ ଗ୍ରାମ ବାସୀ ବାଇକ ଚାଳକ ଏବଂ ଅନ୍ୟ ୨ ଜଣକୁ ଅଟକ ରଖି ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରିଥିଲେ । ପୋଲିସ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଅଟକ ଯୁବକକୁ ଥାନାକୁ ଆଣି ଘଟଣାର ଅଧିକ ତଦନ୍ତ ଜାରିରଖିଛି ।

You might also like
error: Content is protected !!