ବିଶ୍ୱ ପରିବେଶ ଦିବସରେ କୋଟଗଡରେ ବୃହତ ବୃକ୍ଷରୋପଣ ଓ ସଚେତନତା ରାଲି

କୋଟଗଡ , ୦୫/୦୬ : ସୁକାନ୍ତ କୁମାର ତ୍ରିପାଠୀ

ବିଶ୍ୱ ପରିବେଶ ଦିବସ ଅବସରରେ କୋଟଗଡ ସ୍ଥିତ ସିଆରପିଏଫ୍ କ୍ୟାମ୍ପ ପରିସରରେ ଏକ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। କୋଟଗଡ ବନାଞ୍ଚଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନ ବିଭାଗ, ସିଆରପିଏଫ୍ ଓ ପୁଲିସ ବିଭାଗର କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।କୋଟଗଡ ବନାଞ୍ଚଳର ବନ କର୍ମଚାରୀମାନଙ୍କ ବୈଷୟିକ ସହଯୋଗରେ

ବିଶ୍ୱ ପରିବେଶ ଦିବସରେ କୋଟଗଡରେ ବୃହତ ବୃକ୍ଷରୋପଣ ଓ ସଚେତନତା ରାଲି

ସିଆରପିଏଫ୍ କ୍ୟାମ୍ପ ପରିସରରେ ସମୁଦାୟ ୨୦୦ଟି ଚାରାରୋପଣ କରାଯାଇଥିଲା। ଏହି ଅବସରରେ କୋଟଗଡ ବନାଞ୍ଚଳର ସମସ୍ତ କର୍ମଚାରୀ, ସିଆରପିଏଫ୍ ଯବାନ ଏବଂ କୋଟଗଡ ଥାନାର ପୁଲିସ କର୍ମଚାରୀମାନେ ଉପସ୍ଥିତ ରହି ପରିବେଶ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ସବୁଜ ପରିବେଶ ଗଠନ ପାଇଁ ଶପଥ

ବିଶ୍ୱ ପରିବେଶ ଦିବସରେ କୋଟଗଡରେ ବୃହତ ବୃକ୍ଷରୋପଣ ଓ ସଚେତନତା ରାଲି

ଗ୍ରହଣ କରିଥିଲେ।ବୃକ୍ଷରୋପଣ କାର୍ଯ୍ୟକ୍ରମ ପରେ ପରିବେଶ ସୁରକ୍ଷା ଏବଂ ବୃକ୍ଷରୋପଣର ମହତ୍ତ୍ୱ ସମ୍ପର୍କରେ ସାଧାରଣ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା। ରାଲିରେ ଅଂଶଗ୍ରହଣକାରୀମାନେ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସ୍ଲୋଗାନ ଦେଇ ଜନସଚେତନତା ସୃଷ୍ଟି କରିଥିଲେ।ଏହି କାର୍ଯ୍ୟକ୍ରମରେ କୋଟଗଡ ବନାଞ୍ଚଳ ଅଧିକାରୀ ବାଲଗୋପାଳ

ବିଶ୍ୱ ପରିବେଶ ଦିବସରେ କୋଟଗଡରେ ବୃହତ ବୃକ୍ଷରୋପଣ ଓ ସଚେତନତା ରାଲି

ବେହେରା, ଫରେଷ୍ଟର ରବି ମୋହନ ନାୟକ, ହରିଶ ଚନ୍ଦ୍ର ପ୍ରଧାନ, ଫକିର ନାୟକଙ୍କ ସମେତ ବହୁ ବନ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ଥିଲେ।ବିଶ୍ୱ ପରିବେଶ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା ପ୍ରତି ସାମୂହିକ ଦାୟିତ୍ୱବୋଧକୁ ଦୃଢ଼ କରିବା ସହ ସବୁଜ ଓ ସୁସ୍ଥ ପରିବେଶ ଗଠନ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।

You might also like
error: Content is protected !!