ଋଣ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା ଡିସିବି ବ୍ୟାଙ୍କ ବାଲିଗୁଡ଼ା ଶାଖା

ବାଲିଗୁଡ଼ା, ୦୪/୦୬ : ସୁକାନ୍ତ କୁମାର ତ୍ରିପାଠୀ

ଡିସିବି ବ୍ୟାଙ୍କ ବାଲିଗୁଡ଼ା ଶାଖା ପକ୍ଷରୁ ଗତ କାଲି ଶାଖା ପରିସରରେ ଏକ ଋଣ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୋଟ ୧୨ ଜଣ ଗ୍ରାହକ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ କ୍ଲଷ୍ଟର ହେଡ୍ ଶ୍ରୀ ମଲୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ

ଋଣ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା ଡିସିବି ବ୍ୟାଙ୍କ ବାଲିଗୁଡ଼ା ଶାଖା

ବ୍ୟାଙ୍କର ବିଭିନ୍ନ ଋଣ ଓ ସଞ୍ଚୟ ଯୋଜନା ସମ୍ପର୍କରେ ଗ୍ରାହକମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।ଏହି ଅବସରରେ ଟ୍ରାକ୍ଟର ଋଣ, ଗୃହ ଋଣ, ବ୍ୟବସାୟିକ ଋଣ, ଡିସିବି ସ୍ପେଶାଲ ସେଭିଂସ ଆକାଉଣ୍ଟ, ଡିସିବି ସ୍ପେଶାଲ କରେଣ୍ଟ ଆକାଉଣ୍ଟ, ଡିସିବି ବିଜନେସ ସେଭର କରେଣ୍ଟ ଆକାଉଣ୍ଟ ଏବଂ ଫିକ୍ସଡ ଡିପୋଜିଟ (ଏଫଡି) ଭଳି

ଋଣ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା ଡିସିବି ବ୍ୟାଙ୍କ ବାଲିଗୁଡ଼ା ଶାଖା

ବିଭିନ୍ନ ଆର୍ଥିକ ଉତ୍ପାଦ ସମ୍ପର୍କରେ ଆଲୋଚନା କରାଯାଇଥିଲା।ଶାଖା ପ୍ରବନ୍ଧକ ଅରୁଣ ପ୍ରସାଦ ସାହୁ କହିଛନ୍ତି ଯେ, ଏଭଳି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାହକମାନେ ବ୍ୟାଙ୍କର ବିଭିନ୍ନ ସେବା ଓ ଆର୍ଥିକ ସୁବିଧା ବିଷୟରେ ଜାଣିବା ସହ ନିଜ ଆର୍ଥିକ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ଯୋଜନାର ଲାଭ ଉଠାଇପାରିବେ।

ଋଣ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା ଡିସିବି ବ୍ୟାଙ୍କ ବାଲିଗୁଡ଼ା ଶାଖା

ବ୍ୟାଙ୍କ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏପରି ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।

You might also like
error: Content is protected !!