ବାଲିଗୁଡ଼ା, ୦୪/୦୬: ସୁକାନ୍ତ କୁମାର ତ୍ରିପାଠୀ
ଭୋଟର ତାଲିକାର SIR-2026 (Special Intensive Revision) ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ‘ପ୍ରଶାସନ ୧୧’ ଓ ‘ଉପଖଣ୍ଡ କ୍ରୀଡ଼ା ସଂଘ ୧୧’ ମଧ୍ୟରେ ଆୟୋଜିତ ଏହି ରୋମାଞ୍ଚକର ମ୍ୟାଚ୍ରେ ଉପଖଣ୍ଡ କ୍ରୀଡ଼ା ସଂଘ ୧୧ ଦଳ ୪-୨ ଗୋଲରେ ପ୍ରଶାସନ ୧୧କୁ ପରାସ୍ତ କରି ବିଜୟୀ ହୋଇଥିଲା।ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କ୍ରୀଡ଼ା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା। ମ୍ୟାଚ୍କୁ ଦେଖିବା ପାଇଁ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।ଏହି ଅବସରରେ ବିଡିଓ ଶ୍ରୀ ଅକ୍ଷୟ କୁମାର ମଲ୍ଲିକ, ଉପଜିଲ୍ଲାପାଳ ଶ୍ରୀ ସଞ୍ଜୀବ ରୂପାମାଝୀ, ସହକାରୀ ଜିଲ୍ଲାପାଳ ଶ୍ରୀ ରୂପକ କୁଜୁର,

ତହସିଲଦାର ଶ୍ରୀ ଦୀପ୍ତି ପ୍ରକାଶ ବେହେରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶିବ ଶଙ୍କର ସମରଥଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ, କିରାଣୀ ଓ ବିଲିଂ ଆସିଷ୍ଟାଣ୍ଟମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମ ମାଧ୍ୟମରେ SIR-2026 ସମ୍ପର୍କିତ ସଚେତନତା ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ସରକାରୀ ସଂସ୍କାର ଓ ଲୋକସମ୍ପର୍କକୁ ଅଧିକ ସୁଦୃଢ଼ କରିବାର ପ୍ରୟାସ କରାଯାଇଥିଲା। କ୍ରୀଡ଼ା ମାଧ୍ୟମରେ ସଚେତନତା ସୃଷ୍ଟିର ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଥିବା ଜଣାପଡ଼ିଛି।