ପାଇକ ଖଣ୍ଡାୟତ ସମାଜ ଗଠନ ପାଇଁ ବାଲିଗୁଡାରେ ସାଧାରଣ ବୈଠକ ଅନୁଷ୍ଠିତ

ବାଲିଗୁଡା,୩୧/୦୫: ସୁକାନ୍ତ କୁମାର ତ୍ରିପାଠୀ

ଶ୍ରୀଜଗନ୍ନାଥ ପାଇକ ଖଣ୍ଡାୟତ କୁଳ ସମାଜ, କନ୍ଧମାଳର ନିର୍ଦ୍ଦେଶକ୍ରମେ ବାଲିଗୁଡା ସହରରେ କୁଳ ସମାଜ ଗଠନ ପାଇଁ ପ୍ରଥମ ସାଧାରଣ ବୈଠକ ସ୍ଥାନୀୟ ମା’ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ମୃତ୍ୟୁଞ୍ଜୟ ପ୍ରଧାନୀଙ୍କ ଆବାହନ କ୍ରମେ ଏବଂ କନ୍ଧମାଳ ଜିଲ୍ଲା ସମ୍ପାଦକ ଶ୍ରୀକାନ୍ତ ଦଳ ବେହେରାଙ୍କ ଉପସ୍ଥିତିରେ କୁଳ ସମାଜର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜଳନ ଓ ପୁଷ୍ପମାଲ୍ୟାର୍ପଣ କରାଯାଇ ସଭାର ଶୁଭାରମ୍ଭ କରାଯାଇଥିଲା।ବାଲିଗୁଡା ସହରର ଶତାଧିକ ପାଇକ ଖଣ୍ଡାୟତ ସମାଜର ସଦସ୍ୟ ଓ ଯୁବକମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ସମ୍ପାଦକ ଶ୍ରୀକାନ୍ତ ଦଳ ବେହେରା ନିଜ ବକ୍ତବ୍ୟରେ ସମାଜର ସାମଗ୍ରିକ ବିକାଶ, ଯୁବଶକ୍ତିଙ୍କୁ ସଂସ୍କାରମୂଳକ ଶିକ୍ଷା, ନାରୀ ଶିକ୍ଷାର

ପାଇକ ଖଣ୍ଡାୟତ ସମାଜ ଗଠନ ପାଇଁ ବାଲିଗୁଡାରେ ସାଧାରଣ ବୈଠକ ଅନୁଷ୍ଠିତ

ପ୍ରସାର ଏବଂ ପାରିବାରିକ ସର୍ଭେ ଭଳି ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ।ବୈଠକରେ ଆଗାମୀ ଜୁନ୍ ୧୦ ତାରିଖରେ ବାଲିଗୁଡା ଅଞ୍ଚଳର ନୂତନ କମିଟି ଗଠନ ସହ କାର୍ଯ୍ୟକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ସେହିପରି ଜୁନ୍ ମାସର ଶେଷ ସପ୍ତାହରେ ବାରଖମା ଠାରେ ପାଇକ ଖଣ୍ଡାୟତ ସମାଜର ଏକ ବୃହତ୍ ମହାସମ୍ମିଳନୀ ଆୟୋଜନ କରାଯିବା ପାଇଁ ମଧ୍ୟ ସ୍ଥିର କରାଯାଇଥିବା ସୂଚନା ମିଳିଛି।ସମାଜର ଏକତା, ସାମାଜିକ ସଚେତନତା ଏବଂ ସାଂସ୍କୃତିକ ପରମ୍ପରାର ସୁରକ୍ଷା ଉଦ୍ଦେଶ୍ୟରେ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଉପସ୍ଥିତ ସଦସ୍ୟମାନେ ମତ ପ୍ରକାଶ କରିଥିଲେ।

You might also like
error: Content is protected !!