ଭୋଟର ତାଲିକା ସଂଶୋଧନ ନେଇ ବାଲିଗୁଡାରେ ବୈଠକ

ବାଲିଗୁଡା, ୨୨/୦୫ : ସୁକାନ୍ତ କୁମାର ତ୍ରିପାଠୀ

ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ତାଲିକା ସଂଶୋଧନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଲିଗୁଡା ଉପଖଣ୍ଡ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଣୀତା ଦାସ ଓ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ କୁଷଳ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଏହି ବୈଠକ ହୋଇଥିଲା।ବୈଠକରେ ବାଲିଗୁଡା ୮୨ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଜି.ଉଦୟଗିରି ୮୩ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଶେଷ କରି ଭୋଟର ତାଲିକାରୁ ବାଦ ପଡିଥିବା ନାମଗୁଡିକୁ ନେଇ ଆଲୋଚନା କରାଯାଇଥିଲା।ସୂଚନା ଅନୁସାରେ, ୨୦୦୨ ମସିହା

ଭୋଟର ତାଲିକା ସଂଶୋଧନ ନେଇ ବାଲିଗୁଡାରେ ବୈଠକ

ପୂର୍ବରୁ ଯେଉଁମାନଙ୍କ ନାମ ଭୋଟର ତାଲିକାରେ ରହିଆସିଛି ସେମାନଙ୍କର ନାମ ବାଦ ପଡିନଥିବା ବେଳେ, ୨୦୦୨ ପରେ ତାଲିକାଭୁକ୍ତ ହୋଇଥିବା କିଛି ଭୋଟରଙ୍କ ନାମ ସନ୍ଦେହ ଆଧାରରେ କାଟି ଦିଆଯାଇଛି। ବାଲିଗୁଡା ବିଧାନସଭା ମଣ୍ଡଳୀରୁ ପ୍ରାୟ ୩ ହଜାର ଭୋଟରଙ୍କ ନାମ କଟାଯାଇଥିବା ଜଣାପଡିଛି।କଟିଥିବା ନାମଗୁଡିକୁ ପୁଣିଥରେ ଯାଞ୍ଚ କରିବା ପାଇଁ ଆସନ୍ତା ମେ ୩୦ ତାରିଖରୁ ବୁଥ୍ ଲେଭେଲ ଅଫିସରମାନେ ଘରେ ଘରେ ଯାଇ ସ୍ପେଶାଲ ସଂଶୋଧନ କାର୍ଯ୍ୟ ଆରମ୍ଭ କରିବେ ବୋଲି ଜଣାଯାଇଛି।ଏହି ବୈଠକରେ ବିଜେପି, ବିଜେଡି ଓ କଂଗ୍ରେସ ଦଳର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Smart Computer Ad
You might also like
error: Content is protected !!