ବାଲିଗୁଡାରେ ନିଷ୍ଠାର ସହ ପାଳିତ ହେଲା ପବିତ୍ର ସାବିତ୍ରୀ ଅମାବାସ୍ୟା

ବାଲିଗୁଡା,୧୬/୦୫ (ସୁକାନ୍ତ କୁମାର ତ୍ରିପାଠୀ) :

କନ୍ଧମାଳ ଜିଲ୍ଲାର ବାଲିଗୁଡା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପବିତ୍ର ସାବିତ୍ରୀ ଅମାବାସ୍ୟା ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇଯାଇଛି। ଗାଁ ଠାରୁ ସହର ପର୍ଯ୍ୟନ୍ତ ସଧବା ନାରୀମାନେ ଏହି ପବିତ୍ର ବ୍ରତ ପାଳନ କରି ସ୍ୱାମୀଙ୍କ ଦୀର୍ଘାୟୁ ଓ ସୁସ୍ୱାସ୍ଥ୍ୟ କାମନା କରିଥିଲେ।ପ୍ରତ୍ୟୁଷରୁ ମହିଳାମାନେ ସ୍ନାନାଦି କାର୍ଯ୍ୟ ସାରି ନୂଆ ଶାଢୀ ଓ ବିଭିନ୍ନ ସୁହାଗ ସାମଗ୍ରୀ ପରିଧାନ କରି ଭୋଗ, ଫୁଲ ଓ ପୂଜା ସାମଗ୍ରୀ ନେଇ ଦେବାଳୟଗୁଡିକରେ ପୂଜାର୍ଚ୍ଚନା କରିଥିଲେ। କେତେକ ମହିଳା ଘରେ ମଧ୍ୟ ବ୍ରତ ପାଳନ କରିଥିବା ବେଳେ ପୁରୋହିତମାନେ ଘରକୁ

ବାଲିଗୁଡାରେ ନିଷ୍ଠାର ସହ ପାଳିତ ହେଲା ପବିତ୍ର ସାବିତ୍ରୀ ଅମାବାସ୍ୟାବାଲିଗୁଡାରେ ନିଷ୍ଠାର ସହ ପାଳିତ ହେଲା ପବିତ୍ର ସାବିତ୍ରୀ ଅମାବାସ୍ୟାବାଲିଗୁଡାରେ ନିଷ୍ଠାର ସହ ପାଳିତ ହେଲା ପବିତ୍ର ସାବିତ୍ରୀ ଅମାବାସ୍ୟାବାଲିଗୁଡାରେ ନିଷ୍ଠାର ସହ ପାଳିତ ହେଲା ପବିତ୍ର ସାବିତ୍ରୀ ଅମାବାସ୍ୟା

ଯାଇ ବ୍ରତ କଥା ପାଠ ସହ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ।ବାଲିଗୁଡାର ଶ୍ରୀଜଗନ୍ନାଥ ମନ୍ଦିର, ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଧବଳେଶ୍ୱର ମନ୍ଦିର, ଖଡଗେଶ୍ୱର ମନ୍ଦିର ଓ ଶିବ ମନ୍ଦିର ସହ ବିଭିନ୍ନ ଦେବାଳୟ ପରିସରରେ ମହିଳାମାନେ ସାମୁହିକ ଭାବେ ସାବିତ୍ରୀ ବ୍ରତ ପାଳନ କରିଥିଲେ। ବ୍ରତ ପୂଜା ଶେଷ ପରେ ସମବେତ ବ୍ରତୀ ଓ ଜନସାଧାରଣଙ୍କୁ ସାମୁହିକ ପ୍ରସାଦ ବଣ୍ଟନ କରାଯାଇଥିଲା।ଏହି ପବିତ୍ର ବ୍ରତ ଅବସରରେ ସମଗ୍ର ଅଞ୍ଚଳରେ ଧାର୍ମିକ ପରିବେଶ ସୃଷ୍ଟି ହୋଇଥିବା ସହ ମନ୍ଦିରଗୁଡିକରେ ଭକ୍ତମାନଙ୍କ ଭିଡ଼ ଲକ୍ଷ୍ୟ କରାଯାଇଥିଲା।

Smart Computer Ad
You might also like
error: Content is protected !!