କିଲୋମିଟର ପିଛା ୨ ପଇସା ବୃଦ୍ଧି ବଢ଼ିଲା ଘରୋଇ ବସ ଭଡ଼ା

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ସାଧାରଣ ବସ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି । ଏକ କିଲୋ ମିଟରକୁ ପୂର୍ବରୁ ୮୮ ପଇସା ଭଡ଼ା ଥିବା ବେଳେ ଏବେ ତାହା ୯୦ ପଇସାରେ ପହଞ୍ଚିଛି । ସେହିପରି ଏକ୍ସପ୍ରେସ ବସ ଭଡ଼ା କିଲୋ ମିଟର ପିଛା ୯୨ ପଇସା ଥିବା ବେଳେ ଏବେ ୯୪ ପଇସା ହୋଇଛି, ଡିଲକ୍ସ ବସ ୧ ଟଙ୍କା ୨୭ ପଇସା ଥିବା ବେଳେ ୪ ପଇସା ବୃଦ୍ଧି ପାଇ ହେଲା ୧ ଟଙ୍କା ୩୧ ପଇସା, ଏସି ଡିଲକ୍ସ ବସ ୧ ଟଙ୍କା ୫୫ ପଇସା ଥିବା ବେଳେ ୪ ପଇସା ବୃଦ୍ଧି ହୋଇ ହେଲା ୧ ଟଙ୍କା ୫୯ ପଇସା, ସୁପର୍ ଡିଲକ୍ସ ପ୍ରିମିୟମ ୨ ଟଙ୍କା ୪୧ ପଇସା ଥିବା ବେଳେ ୬ ପଇସା ବୃଦ୍ଧି ହୋଇ ୨ ଟଙ୍କା ୪୭ ପଇସା ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ । ଏହି ବସ ଭଡା ବୃଦ୍ଧି Automatic Mechanism ଜରିଆରେ ବୃଦ୍ଧି ହୋଇଛି ବୋଲି ସୂଚନା ଦେଇଛନ୍ତି । ବସ ଭଡା ବୃଦ୍ଧି ହେଲା ପରେ ଏବେ ପ୍ରତ୍ୟେକ ବସର ଟିକେଟ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ।

Smart Computer Ad
You might also like
error: Content is protected !!