ବାଲିଗୁଡା,୦୭/୦୫ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ପୋଲିସ ଅବୈଧ ଅସ୍ତ୍ର ବିରୋଧୀ ଅଭିଯାନରେ ସଫଳତା ହାସଲ କରିଛି। ନିର୍ଭରଯୋଗ୍ୟ ସୂଚନା ପାଇ କୋଟଗଡ଼ ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇଥିବା ବେଳେ ୩ଟି ଦେଶୀ ତିଆରି ବନ୍ଧୁକ ଜବତ କରାଯାଇଛି।ଏହି ଘଟଣାରେ ବାମନଟୋଟା ଗ୍ରାମର ସୁକାଶା ପଟାମାଝୀଙ୍କୁ ପୋଲିସ ଗିରଫ କରିଛି। ସେ ଦତିଲି ପଟାମାଝୀଙ୍କ ପୁଅ ବୋଲି ଜଣାପଡିଛି।ଏନେଇ କୋଟଗଡ଼ ଥାନାରେ କେସ୍ ନଂ-୮୦, ତା.୦୭.୦୫.୨୦୨୬ ରେ ଆର୍ମ୍ସ ଆକ୍ଟ ୧୯୫୯ ର ଧାରା ୨୫(୧ବି)(ଏ) ଅନୁସାରେ ମାମଲା ରୁଜୁ ହୋଇଛି। ପୋଲିସ ପକ୍ଷରୁ ଅଧିକ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।