କନ୍ଧମାଳ ପୋଲିସଙ୍କ ଐତିହାସିକ ସଫଳତା : ୪ ମାସରେ ୬୮ ଟନ୍ ଗଞ୍ଜେଇ ଜବତ

ବାଲିଗୁଡା,୦୬/୦୫ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲା ପୋଲିସ ଗତ ୪ ମାସ ମଧ୍ୟରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରି ଐତିହାସିକ ସଫଳତା ହାସଲ କରିଛି। ଜିଲ୍ଲା ପୋଲିସ ଅଧିକ୍ଷକ ଶ୍ରୀ ହରିଶା ବି.ସି., ଆଇପିଏସଙ୍କ ସକ୍ରିୟ ନେତୃତ୍ୱ ଓ ସର୍ବକ୍ଷଣିକ ନିରୀକ୍ଷଣରେ ଏହି ବ୍ୟାପକ ଅଭିଯାନ ସଫଳ ହୋଇପାରିଛି।ପୋଲିସ ତଥ୍ୟ ଅନୁସାରେ, ଗତ ଚାରି ମାସରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ସମନ୍ୱିତ ଚଢ଼ାଉ ଚାଲାଇ ୬୮,୭୨୩ କେଜି ୨୬୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହା ସହିତ ୯୦ଟି ମାମଲା ରଜୁ ହୋଇଥିବା ବେଳେ ମୋଟ ୧୦୪ ଜଣଙ୍କୁ ଗିରଫ କରାଯାଇଛି, ଯାହାରେ ୯୩ ଜଣ ପୁରୁଷ ଓ ୧୧ ଜଣ ମହିଳା ଅଛନ୍ତି। ଏହି ଅଭିଯାନରେ ୩୮ଟି ଯାନବାହନ ମଧ୍ୟ ଜବତ ହୋଇଛି, ଯାହାରେ ୧୨ଟି ଦୁଇଚକିଆ, ୫ଟି ତିନିଚକିଆ ଓ ୨୧ଟି ଚାରିଚକିଆ ଯାନ ରହିଛି।ମାସ ଅନୁସାରେ ଜବତ ତଥ୍ୟ ଦେଖିଲେ, ଜାନୁଆରୀ ୨୦୨୬ରେ ୨,୮୭୪ କେଜି ୮୮୦ ଗ୍ରାମ, ଫେବୃଆରୀରେ ୨୪,୦୦୬ କେଜି

କନ୍ଧମାଳ ପୋଲିସଙ୍କ ଐତିହାସିକ ସଫଳତା : ୪ ମାସରେ ୬୮ ଟନ୍ ଗଞ୍ଜେଇ ଜବତ

୨୭୦ ଗ୍ରାମ, ମାର୍ଚ୍ଚରେ ୨୪,୬୬୮ କେଜି ୬୮୦ ଗ୍ରାମ ଓ ଏପ୍ରିଲରେ ୧୭,୧୭୩ କେଜି ୪୩୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।ଏହା ସହ ସହ, ଅବୈଧ ମାଦକ ଚୋରାଚାଳାରେ ଜଡିତ ଦୁର୍ଦାନ୍ତ ଚକ୍ରକୁ ଆର୍ଥିକ ଭାବେ ଦୁର୍ବଳ କରିବା ପାଇଁ ପୋଲିସ ପକ୍ଷରୁ ତାଙ୍କ ସମ୍ପତ୍ତି ଜମା କରାଯାଇବାର ପଦକ୍ଷେପ ମଧ୍ୟ ନିଆଯାଇଛି।କନ୍ଧମାଳ ପୋଲିସ କହିଛନ୍ତି ଯେ, ଜିଲ୍ଲାକୁ ମାଦକମୁକ୍ତ କରିବା ପାଇଁ “ନଶା ମୁକ୍ତ ଭାରତ” ଅଭିଯାନ ଅନୁସାରେ ସେମାନେ ପ୍ରତିବଦ୍ଧ। ଦୁର୍ଗମ ଜଙ୍ଗଲ ଓ ପାହାଡ଼ ଅଞ୍ଚଳରେ ମଧ୍ୟ ବିଶେଷ ଟିମ୍‌ ଲାଗିରହିଛି, ଯାହା ମାଦକ ଚୋରାଚାଳା ଶୃଙ୍ଖଳକୁ ଭଙ୍ଗିବାରେ ସକ୍ରିୟ ଭୂମିକା ନେଉଛି।ସାଧାରଣ ଲୋକଙ୍କୁ ମଧ୍ୟ ଅବୈଧ ଗଞ୍ଜେଇ ଚାଷ କିମ୍ବା ଚୋରାଚାଳା ସମ୍ବନ୍ଧୀୟ କୌଣସି ସୂଚନା ମିଳିଲେ ପୋଲିସକୁ ଜଣାଇବାକୁ ଅନୁରୋଧ କରାଯାଇଛି। ସୂଚନାଦାତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ପୋଲିସ ପକ୍ଷରୁ ଆଶ୍ୱାସନ ଦିଆଯାଇଛି।

You might also like
error: Content is protected !!