ବାଲିଗୁଡାରେ ଆରଏସଏସ ପକ୍ଷରୁ ବୁଦ୍ଧିଜୀବୀ ଚର୍ଚ୍ଚା ସଭା ଆୟୋଜିତ

ବାଲିଗୁଡା,୨୭/୦୪ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ସ୍ଥିତ ଏକ ସଭାଗୃହରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ପକ୍ଷରୁ ବୁଦ୍ଧିଜୀବୀମାନଙ୍କର ଏକ ଚର୍ଚ୍ଚା ସଭା ସଫଳତାର ସହ ଅନୁଷ୍ଠିତ ହୋଇଛି।ଏହି ସଭାରେ ଗଞ୍ଜାମ ବିଭାଗ ସଂଘ ଚାଳକ ଭଗବାନ ତ୍ରିପାଠୀ ମୁଖ୍ୟ ଅତିଥି ଓ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇଥିଲେ। ସେ ସଂଘର ଶତାବ୍ଦୀ ଯାତ୍ରା, ତାହାର ଲକ୍ଷ୍ୟ ଓ ଆଦର୍ଶ ସହ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼. ମଧୁସୂଦନ ମହାପାତ୍ର ଉପସ୍ଥିତ ରହି ସମାଜ ଗଠନରେ ସଂଘର ଭୂମିକା ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ସହରର ବିଭିନ୍ନ କ୍ଷେତ୍ରର ବୁଦ୍ଧିଜୀବୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଟିକୁ ସୁଚାରୁ ଭାବେ ପରିଚାଳନା କରିବାରେ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ କାଳିନ୍ଦୀ ଚରଣ ପଣ୍ଡା ଓ ଖଣ୍ଡ କାର୍ଯ୍ୟବାହ ଅନନ୍ତ କୁମାର ଦାସଙ୍କ ସହ ସଂଘର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ।

Smart Computer Ad
You might also like
error: Content is protected !!