ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଓଡିଆ ନବବର୍ଷ ମହାବୀର ଜୟନ୍ତୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ ହଜାର ହଜାର ସଂଖ୍ୟାରେ ଭକ୍ତ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ଘରୁ ଶ୍ରୀହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଆଜ୍ଞାମାଳ ପ୍ରଦାନ କରାଯାଇଛି । ଏହା ପରେ ବିମାନରେ ଶ୍ରୀ ହନୁମାନଙ୍କୁ ଜଗନ୍ନାଥ ବଲ୍ଲଭ ନିଆଯାଇ ଆଳତୀ ବନ୍ଦାପନା କରାଯିବ। ଓଡିଆ ପରମ୍ପରା ଅନୁଯାୟୀ ଓଡ଼ିଆଙ୍କ ନୂତନ ବର୍ଷ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଚଳନ ହେବ ନୂଆ ପାଞ୍ଜି। ଦୋଳ ପୂର୍ଣ୍ଣିମାରେ ଦୋଳ ଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜିକୁ ଶ୍ରୀମନ୍ଦିରରେ ପ୍ରଚଳନ କରାଯିବ।ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ସଂଖ୍ୟାର ଭକ୍ତଓଡିଆ ନବବର୍ଷ ମହାବୀର ଜୟନ୍ତୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ ହଜାର ହଜାର ସଂଖ୍ୟାରେ ଭକ୍ତ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ଘରୁ ଶ୍ରୀହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଆଜ୍ଞାମାଳ ପ୍ରଦାନ କରାଯାଇଛି । ଏହା ପରେ ବିମାନରେ ଶ୍ରୀ ହନୁମାନଙ୍କୁ ଜଗନ୍ନାଥ ବଲ୍ଲଭ ନିଆଯାଇ ଆଳତୀ ବନ୍ଦାପନା କରାଯିବ। ଓଡିଆ ପରମ୍ପରା ଅନୁଯାୟୀ ଓଡ଼ିଆଙ୍କ ନୂତନ ବର୍ଷ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଚଳନ ହେବ ନୂଆ ପାଞ୍ଜି। ଦୋଳ ପୂର୍ଣ୍ଣିମାରେ ଦୋଳ ଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜିକୁ ଶ୍ରୀମନ୍ଦିରରେ ପ୍ରଚଳନ ଓଡ଼ିଆ କ୍ୟାଲେଣ୍ଡର ବା ପଞ୍ଜିକା ଅନୁଯାୟୀ, ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ହେଉଛି ବର୍ଷର ପ୍ରଥମ ଦିନ। ଏହା କେବଳ ଏକ ତିଥି ନୁହେଁ, ବରଂ ଓଡ଼ିଆ ଜାତିର ସାଂସ୍କୃତିକ ଚେତନା ଏବଂ ପ୍ରକୃତି ପ୍ରତି ଥିବା ସମ୍ମାନର ଏକ ପ୍ରତିଫଳନ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି ସୂର୍ଯ୍ୟ ମୀନ ରାଶିରୁ ମେଷ ରାଶିକୁ ଗମନ କରନ୍ତି । ସୂର୍ଯ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରୁଥିବାରୁ ଦିନ ଓ ରାତିର ଅବଧି ପ୍ରାୟ ସମାନ ରହେ । ଏହି ସମୟରୁ ହିଁ ଗ୍ରୀଷ୍ମ ଋତୁର ପ୍ରକୋପ ବଢ଼ିଥାଏ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଆଜିର ଦିନକୁ ‘ହନୁମାନ ଜୟନ୍ତୀ’ ଭାବେ ପାଳନ କରନ୍ତି । ଭକ୍ତମାନେ ହନୁମାନଙ୍କୁ ଶକ୍ତି ଓ ସାହସର ପ୍ରତୀକ ଭାବେ ପୂଜା କରି ନୂତନ ବର୍ଷର ଶୁଭକାମନା କରନ୍ତି । ଆଜିର ଦିନରେ ‘ପଣା’ ସେବନର ପରମ୍ପାର ରହିଛି । ତେଣୁ ବିଷୁବ ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତିର ନାଁ ଦିଆଯାଇଛି । ପଣା ମୁଖ୍ୟତଃ ପଇଡ଼ ପାଣି, ଛେନା, କଦଳୀ, ଗୁଡ଼, ଗୋଲମରିଚ, କର୍ପୂର ଏବଂ ଉତ୍ତମ ଫଳମୂଳର ମିଶ୍ରଣରେ ପ୍ରସ୍ତୁତ ହୁଏ । ଶ୍ରୀଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ଗାଁ ଗାଁର ମନ୍ଦିର ପର୍ଯ୍ୟନ୍ତ ସବୁଠି ପ୍ରଭୁଙ୍କ ପାଖରେ ପଣା ଭୋଗ ଲଗାଯାଏ ।