ବାଲିଗୁଡା,୦୮/୦୪ ସୁକାନ୍ତ କୁମାର ତ୍ରିପାଠୀ
ଓଡିଆ ପକ୍ଷ ଅବସରରେ ବାଲିଗୁଡା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍)ର ଯୁକ୍ତ ପ୍ରଚେଷ୍ଟାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ସମୁଦାୟ ୧୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ଼. ବିଭୂତିଭୂଷଣ ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଏହି କାର୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାଉନ୍ସେଲର ମାନସରଂଜନ ପ୍ରଧାନ, ଜାତୀୟ ସେବା ଯୋଜନା କାର୍ୟକ୍ରମ ଅଧିକାରୀ ହମନ୍ ଦିବାକା, ଶ୍ରୀମତୀ

ଅରୁନ୍ଧତୀ ପ୍ରଧାନ ଓ ଡାକ୍ତର ରାମ ପାତ୍ର ସହ ବାଲିଗୁଡା ଉପଖଣ୍ଡ ରକ୍ତଭଣ୍ଡାରର ରକ୍ତ ସଂଗ୍ରହକାରୀ ଦଳ ଏଥିରେ ସକ୍ରିୟ ଭାଗ ନେଇଥିଲେ।ଏହାସହ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଓଡିଆ ପକ୍ଷ ଅବସରରେ ଏପରି ସମାଜସେବାମୂଳକ କାର୍ୟକ୍ରମ ଆୟୋଜନକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।
