ବାଲିଗୁଡା,୦୭/୦୪ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ମହାସିଙ୍ଗି ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଚାରିଟି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ନେଇ ଇଏମଆରଏସ ଆଞ୍ଚଳିକ ସ୍ତରରେ ସଂସଦ ଭବନର ପ୍ରତିକାତ୍ମକ ଭାବନା ଓ ସେଠାରେ ହେଉଥିବା କାର୍ଯ୍ୟପ୍ରଣାଳୀ ଉପରେ ଏକ ବିଶେଷ ପ୍ରତିଯୋଗିତା ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା।ଏହି ପ୍ରତିଯୋଗିତାରେ ଗଜପତି,ଯାଜପୁର ମାଲକାନଗିରି, ଓ ଆତିଥ୍ୟ ମହାସିଙ୍ଗି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ।ବିଦ୍ୟାଳୟର ଅଧ୍ୟକ୍ଷ ଡଃ ବି. ସାଇରାମ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଘାଟନ ଅବସରରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବାଲିଗୁଡା ପିଏ, ଆଇଟିଡିଏ କୃପାସିନ୍ଧୁ ବେହେରା ମୁଖ୍ୟ ବକ୍ତା ଭାବେ ଓ ଭୁବନେଶ୍ୱର ନେଷ୍ଟର ଶୈକ୍ଷିକ ପରାମର୍ଶଦାତା ଟିଭିଏସ ପ୍ରକାଶ ରାଓ ଓ ଫିରିଙ୍ଗିଆ ଏକଲବ୍ୟ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ପ୍ରତିଯୋଗିତାରେ ମହାସିଙ୍ଗି ଦଳ ପ୍ରଥମ, ଗଜପତି ଦଳ ଦ୍ୱିତୀୟ ଓ ମାଲକାନଗିରି ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅତିଥିମାନେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରି ସେମାନଙ୍କୁ ଉତ୍ସାହିତ କରି ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ।ଏହି ଅବସରରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସସ୍ମିତା ଭୋଇ, ସଞ୍ଜୟ ନନ୍ସାର, ଶିକ୍ଷକ ଜୟ କିଶୋର ପ୍ରଧାନ, ଆନନ୍ଦ ପ୍ରତାପ ସିଂ, ସାଗର ପ୍ରସାଦ ଦିଗାଳ, ଶିକ୍ଷୟିତ୍ରୀ ନିରୁପମା ଚାନ୍ଦ, ଲକ୍ଷ୍ମୀ ପୃଷ୍ଟି, ପ୍ରଦୀପ୍ତ ପାଇକରାୟ, ଅଭିନାଶ ମିଶ୍ର, ସଞ୍ଜୟ ସିଂ, ନୀଳାଦ୍ରୀ ବିହାରୀ ସ୍ବାଇଁ, ଦୀନେଶ ବେହେରା ସହ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଏହି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୋକତାନ୍ତ୍ରିକ ପ୍ରଣାଳୀ ଓ ସଂସଦୀୟ କାର୍ଯ୍ୟପ୍ରଣାଳୀ ପ୍ରତି ଆଗ୍ରହ ବୃଦ୍ଧି କରିବାରେ ସହାୟକ ହୋଇଥିବା ମତ ପ୍ରକାଶ ପାଇଛି।
