ବିରାଗୁଡ଼ା ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଳିତ

ବାଲିଗୁଡା, ୦୬/୦୪: ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବିରାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଶିଶୁ ବାଟିକାରେ ସାତ ଜଣ ନୂତନ ଶିଶୁଙ୍କର ନାମ ଲେଖାଯାଇଥିଲା।ନୂତନ ଭାବେ ବିଦ୍ୟାଳୟକୁ ଆସିଥିବା ଶିଶୁ ଓ ତାଙ୍କର ଅଭିଭାବକମାନଙ୍କୁ ପ୍ରଧାନ ଶିକ୍ଷକ ଅଲେଖ ରଣା ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କରିଥିଲେ। ପରେ ଶିଶୁମାନଙ୍କୁ ଖଡ଼ିଛୁଆଁ କରାଇ ଶିକ୍ଷା ଜୀବନର ଶୁଭାରମ୍ଭ କରାଯାଇଥିଲା।ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଖେଳଘର,

ବିରାଗୁଡ଼ା ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଳିତ

‘ରଙ୍ଗର ଦୁନିଆ’ ଓ ‘ଗପ ରାଇଜ’ କୋଣରେ ଶିଶୁମାନଙ୍କ ପାଇଁ ବିଭିନ୍ନ ଆକର୍ଷଣୀୟ ଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ-ସଦସ୍ୟା, ଅଭିଭାବକମାନେ ସହଭାଗୀ ହୋଇଥିଲେ। ସହକାରୀ ଶିକ୍ଷକ ଲକ୍ଷ୍ମୀକାନ୍ତ ପୃଷ୍ଟି ଓ ଶିକ୍ଷୟିତ୍ରୀ ଅଞ୍ଜଳୀ ମଲିକ, ସମ୍ମିତା ପୃଷ୍ଟିଙ୍କ ସକ୍ରିୟ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।

Smart Computer Ad
You might also like
error: Content is protected !!