ଭକ୍ତିମୟ ପରିବେଶରେ ଆରମ୍ଭ ହେଲା ବାଲିଗୁଡାର ୧୩ ଦିନିଆ ଦଣ୍ଡଯାତ୍ରା

ବାଲିଗୁଡା,୦୨/୦୪ : ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ପ୍ରସିଦ୍ଧ ୧୩ ଦିନିଆ ଦଣ୍ଡଯାତ୍ରା ବୁଧବାର ରାତ୍ର ଠାରୁ ଭକ୍ତି ଓ ଆସ୍ଥାର ପରିବେଶ ମଧ୍ୟରେ ଆରମ୍ଭ ହୋଇଛି। ଏହି ପାରମ୍ପରିକ ଯାତ୍ରାରେ ଶହ ଶହ ଦଣ୍ଡୁଆ ନିଜ ମନୋକାମନା ପୂରଣ ପାଇଁ ମାଆଙ୍କ ପାଖରେ ସମର୍ପିତ ହୋଇ ୧୩ ଦିନ ଧରି ବ୍ରତ ଓ ନିୟମ ପାଳନ କରିଥାନ୍ତି।ପ୍ରଥମ ଦିନରେ ମା’ ଦକ୍ଷିଣ କାଳୀ ମନ୍ଦିରରୁ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ପରେ ଯାତ୍ରା ଆରମ୍ଭ ହୋଇ ଆଦର୍ଶ ପୁଷ୍କରିଣୀରେ ପୂଜା ସମ୍ପନ୍ନ ହୋଇଥିଲା। ଢୋଲ ଓ ଘଣ୍ଟର ଧ୍ୱନିରେ ସମଗ୍ର ଅଞ୍ଚଳ ମୁଖରିତ ହୋଇଉଠିଥିଲା। ଦଣ୍ଡୁଆମାନେ ଖାଲି

ଭକ୍ତିମୟ ପରିବେଶରେ ଆରମ୍ଭ ହେଲା ବାଲିଗୁଡାର ୧୩ ଦିନିଆ ଦଣ୍ଡଯାତ୍ରା

ପାଦରେ ମାଆଙ୍କର ବାନା ଓ ପିଞ୍ଚ ଧରି ମାଆଙ୍କ ନାମ ସ୍ମରଣ କରି ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ପରିଭ୍ରମଣ କରୁଥିବା ଦେଖାଯାଇଥିଲା।ଏହି ୧୩ ଦିନ ଅବଧିରେ ମାଆଙ୍କର ବିଭିନ୍ନ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ହେବା ସହ ମାଆ ଭିନ୍ନ ଭିନ୍ନ ସ୍ଥାନରେ ଭ୍ରମଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଦଣ୍ଡଯାତ୍ରା ସମୟରେ ମଧ୍ୟାହ୍ନରେ ଧୂଳି ଦଣ୍ଡ, ସନ୍ଧ୍ୟାରେ ପାଣି ଦଣ୍ଡ, ଆଳତୀ, ମଧ୍ୟରାତ୍ରିରେ ପ୍ରସାଦ ସେବନ ଓ ଝୁଣା ଦଣ୍ଡ ସହିତ ବିଭିନ୍ନ ପାରମ୍ପରିକ ନୃତ୍ୟ ଓ ଗୀତ ଆୟୋଜନ କରାଯାଉଛି।ପୌରାଣିକ ମାନ୍ୟତା ଅନୁସାରେ ଏହି ଦଣ୍ଡଯାତ୍ରା ବ୍ରତ ପାଳନ କଲେ

ଭକ୍ତିମୟ ପରିବେଶରେ ଆରମ୍ଭ ହେଲା ବାଲିଗୁଡାର ୧୩ ଦିନିଆ ଦଣ୍ଡଯାତ୍ରା

ଭକ୍ତମାନଙ୍କ ସମସ୍ତ ମନୋକାମନା ପୂରଣ ହୁଏ। ଏହି ଯାତ୍ରା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।ଦଣ୍ଡଯାତ୍ରାକୁ ନେଇ ବାଲିଗୁଡା ସହିତ ଆଖପାଖ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବା ବେଳେ ସମଗ୍ର ଅଞ୍ଚଳ ଏକ ଆଧ୍ୟାତ୍ମିକ ମହଳରେ ମଗ୍ନ ହୋଇଯାଇଛି।

Smart Computer Ad
You might also like
error: Content is protected !!