ବାଲିଗୁଡା,୦୨/୦୪: ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଜିଲ୍ଲାକୁ ଗଞ୍ଜେଇ ମୁକ୍ତ କରିବା ଲକ୍ଷ୍ୟରେ ଏସପି ହରିଶ୍ ବିଶିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପକ୍ଷରୁ ବିଭିନ୍ନ ଥାନା ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ବିରୋଧରେ ଚଢ଼ଉ ଜାରି ରହିଛି।ଏହି ପରିପ୍ରେକ୍ଷିତରେ ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡାଗାଁ ପଞ୍ଚାୟତର ଜଙ୍ଗଲ ଅଞ୍ଚଳରେ ପୋଲିସର ଏକ ସ୍ୱତନ୍ତ୍ର ଦଳ ପାଟ୍ରୋଲିଂ କରୁଥିବା ସମୟରେ ଗଚ୍ଛିତ ଅବସ୍ଥାରେ ଥିବା ପ୍ରାୟ ୨୦୩୮ କେଜି ବେଆଇନ ଗଞ୍ଜେଇ ଜବତ କରିଛି।ଏହା ସମ୍ପର୍କରେ ବାଲିଗୁଡା ଥାନାରେ ମାମଲା ନଂ ୭୮/୨୬ ରୁଜୁ କରାଯାଇଥିବା ବେଳେ, ଗଞ୍ଜେଇଟିକୁ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଗଞ୍ଜେଇ ମାଫିଆମାନେ ଜଙ୍ଗଲରେ ଗଚ୍ଛିତ ରଖିଥିବା ସନ୍ଦେହ କରାଯାଉଛି।ଏନେଇ ଥାନା ଅଧିକାରୀ ଶିବରଞ୍ଜନ ସିଂହ ସୂଚନା ଦେଇଥିବା ସହିତ, ଘଟଣାର ଅଧିକ ତଦନ୍ତ ଚାଲିଥିବା ଜଣା ପଡିଛି।
