ବାଲିଗୁଡା,୦୧/୦୪ ସୁକାନ୍ତ କୁମାର ତ୍ରିପାଠୀ
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡ଼ା ଉପଖଣ୍ଡରେ ୯୧ତମ ଓଡ଼ିଶା ଦିବସ-୨୦୨୬ ମହାସମାରୋହ ଉତ୍ସାହ ଓ ଆନନ୍ଦ ମଧ୍ୟରେ ପାଳିତ ହୋଇଯାଇଛି। ସ୍ଥାନୀୟ ସଭାଗୃହରେ ଆୟୋଜିତ ଏହି ଉପଖଣ୍ଡ ସ୍ତରୀୟ ଉତ୍ସବରେ ବିଭିନ୍ନ ମହଳର ବ୍ୟକ୍ତିବିଶେଷ ଯୋଗଦେଇଥିଲେ।ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରିବା ସହିତ ଓଡ଼ିଶାର ବରପୁତ୍ରମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।gସମ୍ମାନୀତ ଅତିଥି ଭାବେ

ଉପଖଣ୍ଡ ଆରକ୍ଷୀ ଅଧ୍ୟକ୍ଷକ ଶୁଭମ ଭୋସଲେ, ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ତହସିଲଦାର ଦୀପ୍ତିପ୍ରକାଶ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ, ବରିଷ୍ଠ ଆଇନଜୀବୀ ଓ ଜିଲ୍ଲା ଉତ୍କଳ ସମ୍ମିଳନୀର ସଭାପତି କୌଶିକ ସାହୁ, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳେଇ ଆଦି ଉପସ୍ଥିତ ଥିଲେ।ମୁଖ୍ୟବକ୍ତା ଭାବେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଭୂତି ଭୂଷଣ ଆଚାର୍ଯ୍ୟ ଉତ୍କଳ ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରି

କହିଥିଲେ ଯେ, ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ଏକ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ଭାବେ ଗଠିତ ହୋଇଥିଲା। ଏହା ପଛରେ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ ଓ ଫକୀର ମୋହନ ସେନାପତିଙ୍କ ଭଳି ମହାନ ବ୍ୟକ୍ତିଙ୍କ ଅପରିମିତ ଅବଦାନ ରହିଛି। ସେମାନେ ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ମିତାକୁ ବଞ୍ଚାଇ ରଖିବା ପାଇଁ ଜୀବନପର୍ଯ୍ୟନ୍ତ ସଂଗ୍ରାମ କରିଥିଲେ।ସଭାରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିବ ଶଙ୍କର ସମରଥ ମଧ୍ୟ ଉପସ୍ଥିତ ରହିଥିଲେ ଏବଂ ଉତ୍କଳ ଦିବସର ଐତିହ୍ୟ ଓ ମହତ୍ତ୍ୱ ବିଷୟରେ ମତପ୍ରକାଶ କରିଥିଲେ।

ଏହି ଉତ୍ସବରେ ଉତ୍ସବ ପାଳନ କମିଟିର ସଦସ୍ୟ-ସଦସ୍ୟା, ବିଭିନ୍ନ ବିଭାଗର ଅଧିକାରୀ, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକମାନେ ବିଶାଳ ସଂଖ୍ୟାରେ ଯୋଗଦେଇ ଉତ୍ସବକୁ ସଫଳ କରିଥିଲେ।

