ବ୍ରହ୍ମପୁର,(ବିଚିତ୍ର ସାହୁ):-
ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲ୍ଲାର ଜଣେ ବରିଷ୍ଠ ସମାଜ ସେବୀ ତଥା ବିଭିନ୍ନ ଅନୁଷ୍ଠାନର ସଭାପତି, କର୍ମକର୍ତ୍ତା ରୂପେ କାର୍ଯ୍ୟ କରି ସାଧାରଣ ଜନତାଙ୍କ ପ୍ରିୟପାତ୍ର ହୋଇଥିବା ରୋଟାରୀ ଇଷ୍ଟର ପୂର୍ବତ୍ତନ ସଭାପତି ରୋଟାରୀଆନ ନାରସୁ ଜେନା(ଏ ଜି )ଙ୍କର ହୃଦଘାତରେ ପରଲୋକ ହୋଇଯାଇଛି l ପ୍ରାରମ୍ବିକ ଭାବେ ବ୍ରହ୍ମପୁର ଉତ୍କଳ ଆଶ୍ରମ ରୋଡ଼ସ୍ଥିତ ନିଜ ବାସଭବନରେ ଗଞ୍ଜାମ ଇଞ୍ଜିନିଅରିଂ ପ୍ରକଳ୍ପରେ ବ୍ୟବସାୟ ଆରମ୍ଭ କରି ସମଗ୍ର ଜିଲ୍ଲାରେ ନାମ କମାଇ ପରଵର୍ତ୍ତୀ କାଳରେ ଉତ୍କଳ ଆଶ୍ରମ ରୋଡ଼ସ୍ଥିତ ଜଗନ୍ନାଥ ମନ୍ଦିରର ମୁଖ୍ୟ ଟ୍ରଷ୍ଟି, ରୋଟାରୀ ଇଷ୍ଟ ସମେତ ଲା୍ୟାନ୍ସ କ୍ଲଵ, ପ୍ରୋବସ କ୍ଲଵ,ୱାକର୍ସ କ୍ଲବ ପ୍ରଭୃତି ଅନୁଷ୍ଠାନର କର୍ମକର୍ତ୍ତା ରୂପେ ସେବା କରି ପ୍ରିୟପାତ୍ର ହୋଇପାରିଥିଲେ l 29 ତାରିଖ ଭୋର 5ଟା ବେଳେ ଅନ୍ୟାନ୍ୟ ବନ୍ଧୁ ମାନଙ୍କ ସହ ରାୟଗଡା ଅଭିମୁଖେ ଯାଇ ସେଠାରେ ୱାକର୍ସ କ୍ଲଵର ଅଧିଷ୍ଠାନ ଉତ୍ସବରେ ଯୋଗ ଦେଇ ଉଦବୋଧନ ଦେବାବେଳେ ହଠାଡ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଵାରୁ ତୁରନ୍ତ ତାଙ୍କୁ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା ଏବଂ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା l ସ୍ବର୍ଗତ ଜେନା ମୂଳ ବାସିନ୍ଦା ଥିଲେ ଗୌତମୀ ନିକଟସ୍ଥ ଦେଉଳ ପୀଢ଼ି ଗ୍ରାମରେ l ନିଜ ଗ୍ରାମରେ ଶିକ୍ଷା ସମାପ୍ତ କରି ଖଲ୍ଲିକୋଟ କଲେଜ,ବି.ଜେ.ବି କଲେଜ, ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଏମ.ଏସସି, ଆଇନ ପାଠ ପଢା ସାରି ବ୍ରହ୍ମପୁରରେ ଜେନା ଇଞ୍ଜିନୀଅରିଂ ସ୍ଥାପନ କରି ବେକାରଙ୍କୁ କର୍ମ ନିଯୁକ୍ତି ସାଙ୍ଗକୁ ସମଗ୍ର ଗଞ୍ଜାମ ଜିଲ୍ଲାର ବିଭିନ୍ନ ସରକାରୀ ପ୍ରକଳ୍ପକୁ ଯୋଗାଇ ଜଣେ ସଫଳ ଓ ସଚ୍ଚୋଟ ବ୍ୟବସାୟୀ ରୂପେ ପରିଚିତ ହୋଇଥିଲେ l ରାୟଗଡାରୁ ତାଙ୍କର ମର ଶରୀରକୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ଅଣାଯାଇ ପ୍ରଥମେ ଧର୍ମନଗରସ୍ଥିତ ରୋଟାରୀ ଇଷ୍ଟ ଠାରେ କ୍ଳବର ସଭାପତି ଡ଼ଃ ପ୍ରଦୀପ୍ତ ପଟନାୟକ, ଡ଼ଃ ସମ୍ବିତ ବେଗରାୟ, ଜୟନ୍ତ କିଶୋର ପାତ୍ର, ଅଜିତ କୁମାର ପୃଷ୍ଟି,ଗଦାଧର ରାଉଳ, ସୁଧାଂଶୁ ଖଡ଼ଗରାୟ, କୁଶ ପାତ୍ର, କାମରାଜୂ ମହାରଣା, ହୃଷିକେଶ ପ୍ରଧାନ, ପ୍ରଦୀପ କୁମାର ପଣ୍ଡା, ଅକ୍ଷେନ୍ଦୁ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ l ପରେ ମୃତ ଶରୀରକୁ ଏକ ଫ୍ରିଜରେ ସଂରକ୍ଷିତ କରାଯାଇ ନିଜ ଵାସଭଵନକୁ ନିଆଯାଇଥିଲା l ଏକ ମାଡ୍ର ପୁତ୍ର ରାକେଶ(ଲଣ୍ଡନ ),ଵଡ ଝିଅ ରୋଜାଲି(ଜାପାନ )ରୁ ଆସି ପହଞ୍ଚିଲା ପରେ ଶେଷ କୃତ୍ୟ ସମ୍ପନ୍ନ କରାଯିବ ବୋଲି ସାନ ଝିଅ ସୋନାଲି,ବ୍ୟକ୍ତିଗତ ସହାୟକ ନୃସିଂହ ପାଣିଗ୍ରାହୀ ଓ ପରିବାର ସୂତ୍ରରୁ ପ୍ରକାଶ lଵାସଗୣହଠାରେ ୱାକର୍ସ କ୍ଲଵର ଡିଜି ରାଜକିଶୋର ସ୍ଵାଇଁ, ଶିକ୍ଷକ ନେତା ଅଶୋକ କୁମାର ଦଳେଇ, ଦୁର୍ଗା ରାଓ,ସନ୍ତୋଷ ତ୍ରିପାଠୀ, ଜବାହର ପାଳ, ପ୍ରଦୀପ ନାୟକ,ଶାନ୍ତନୁ ପାତ୍ର ପ୍ରମୁଖ ରୋଟାରୀଆନ ଶେଷ ଦର୍ଶନ କରିଥିଲେ l
