ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

ବାଲିଗୁଡା, ୩୧/୦୩: ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଚୈତ୍ର ମାସର ଚତୁର୍ଥ ତଥା ଶେଷ ମଙ୍ଗଳବାର ଯାତ୍ରା ଭକ୍ତିମୟ ପରିବେଶରେ ଉଦଯାପିତ ହୋଇଯାଇଛି। ଏହି ପବିତ୍ର ଅବସରରେ ମା’ ପାଟଖଣ୍ଡା ପଦ୍ମଫୁଲ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିବାରୁ ଯାତ୍ରାର ଆକର୍ଷଣ ବଢ଼ିଥିଲା।ଚୈତ୍ର ମାସର ଶେଷ ମଙ୍ଗଳବାର ହେବାରୁ କନ୍ଧମାଳ ଜିଲ୍ଲା ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ଭକ୍ତ ଏଠାରେ ଏକତ୍ରିତ ହୋଇ ମା’ଙ୍କ ଦର୍ଶନ କରିଥିଲେ। ପ୍ରତ୍ୟୁଷରୁ ନିୟମିତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମା’ଙ୍କ ଦୁର୍ଲଭ ପଦ୍ମଫୁଲ ବେଶ ଦେଖିବା ପାଇଁ ସକାଳରୁ ରାତି ପର୍ଯ୍ୟନ୍ତ ଭକ୍ତମାନଙ୍କର ଭିଡ଼ ଲାଗି ରହିଥିଲା।ଭକ୍ତମାନେ ଶୃଙ୍ଖଳିତ ଭାବେ

ଚତୁର୍ଥ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା' ପାଟଖଣ୍ଡା

ଦର୍ଶନ କରି ମା’ଙ୍କ ଆଶୀର୍ବାଦ ଲାଭ କରିଥିଲେ। ଏହାସହିତ କିଛି ମାନସିକ ଧାରୀ ଭକ୍ତମାନେ ତାଙ୍କର ଶିଶୁମାନଙ୍କର ଚୁଟି ମଣ୍ଡନ କରାଇଥିବା ଦେଖିବାକୁ ମିଳିଥିଲା।ଯାତ୍ରା ଅବସରରେ ମନ୍ଦିର ପରିଚାଳନା କମିଟି ଓ କେତେକ ଭକ୍ତଙ୍କ ପକ୍ଷରୁ ପ୍ରସାଦ ସହ ପଣା ବଣ୍ଟନ କରାଯାଇଥିଲା। କମିଟିର ସମସ୍ତ ସଦସ୍ୟ ଓ ପୂଜକମାନେ ଉପସ୍ଥିତ ରହି ଯାତ୍ରା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Smart Computer Ad
You might also like
error: Content is protected !!