୧୮୧୭ର ପାଇକ ବିଦ୍ରୋହ ଉପରେ ପାଠଚକ୍ର ଆୟୋଜିତ

ବାଲିଗୁଡା,୩୧/୦୩: ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲାର ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ “୧୮୧୭ର ପାଇକ ବିଦ୍ରୋହ” ବିଷୟରେ ଏକ ପାଠଚକ୍ର ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ବିଜେନ୍ଦ୍ର କୁମାର ବିନ୍ଧାଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାଇକ ବିଦ୍ରୋହର ଐତିହାସିକ ଗୁରୁତ୍ୱ ଓ ଏହାର ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ବିଭାଗୀୟ ଅଧ୍ୟାପକ ମାନସ ରଞ୍ଜନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ତୃତୀୟ ବର୍ଷର ଛାତ୍ର ବିଶ୍ୱ ମୋହନ ମଲ୍ଲିକ ଓ ଛାତ୍ରୀ ବିଷ୍ଣୁପ୍ରିୟା ମଲ୍ଲିକ ପାଠ ପ୍ରସ୍ତୁତ କରି ପାଇକ ବିଦ୍ରୋହର ପୃଷ୍ଠଭୂମି, କାରଣ ଓ ପରିଣାମ ବିଷୟରେ ତାଙ୍କ ମତାମତ ରଖିଥିଲେ।ଏହି ଅବସରରେ ଆନ୍ତରିକ ଗୁଣବାର୍ତ୍ତା ସଂଯୋଜକ ହିମାଂଶୁ ଶେଖର ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଏପରି ଶିକ୍ଷାମୂଳକ କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେବାକୁ ଉତ୍ସାହିତ କରିଥିଲେ।ଶେଷରେ ପଦ୍ମଲୋଚନ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।

You might also like
error: Content is protected !!