କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର : କୋଟଗଡ଼–ବ୍ରହ୍ମପୁର ନୂତନ ବସ୍ ସେବା ଆରମ୍ଭ

ବାଲିଗୁଡା ୨୫/୦୩ ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ଆସିଛି ଏକ ଖୁସି ଖବର। କୋଟଗଡ଼ ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ନୂତନ ମାର୍ଗରେ ଏକ ଶୀତତାପ ନିୟନ୍ତ୍ରିତ ସରକାରୀ ବସ୍ ସେବା ଆରମ୍ଭ ହୋଇଛି । ଏହି ବସ୍ ସେବା ଆରମ୍ଭ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଓ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା।ନୂତନ ବସ୍ ମାର୍ଗ ବ୍ରହ୍ମପୁରରୁ କୋଟଗଡ଼ ଯାଏ କଳିଙ୍ଗା, ଉଦୟଗିରି, ରାଇକିଆ ଓ ବାଲିଗୁଡ଼ା ମାର୍ଗରେ ଚଳାଚଳ କରିବ। ଏହା ଦ୍ୱାରା ଜିଲ୍ଲାର ଲୋକମାନେ ସହଜ ଏବଂ ସୁବିଧାଜନକ ଯାତାୟାତ ସୁଯୋଗ ପାଇବେ।ବ୍ରହ୍ମପୁର–କୋଟଗଡ଼ ସମୟ ସୂଚୀ: ବ୍ରହ୍ମପୁରରୁ ରାତି ୩:୨୫ରେ ବସ୍ ଛାଡ଼ିବା ସହିତ ଆସ୍କା (୦୪:୨୯), ଭଞ୍ଜନଗର (୦୫:୩୮), କଳିଙ୍ଗା (୦୬:୪୫), ଘୁ.ଉଦୟଗିରି (୦୭:୦୭), ରାଇକିଆ (୦୭:୫୩), ବାଲିଗୁଡ଼ା (୦୯:୦୯) ହୋଇ କୋଟଗଡ଼ରେ ସକାଳ ୧୦:୩୯ରେ ପହଞ୍ଚିବ।କୋଟଗଡ଼–ବ୍ରହ୍ମପୁର ସମୟ ସୂଚୀ: କୋଟଗଡ଼ରୁ ଦିନ ୨:୪୦ରେ ବସ୍ ଛାଡ଼ି ତୁମୁଡିବନ୍ଧ (୦୩:୧୦), ବାଲିଗୁଡ଼ା (୦୪:୧୫), ରାଇକିଆ (୦୫:୨୬), ଘୁ.ଉଦୟଗିରି (୦୬:୦୬), କଳିଙ୍ଗା (୦୬:୨୦), ଭଞ୍ଜନଗର (୦୭:୩୧), ଆସ୍କା (୦୮:୩୯) ହୋଇ ବ୍ରହ୍ମପୁରରେ ରାତି ୯:୪୩ରେ ପହଞ୍ଚିବ।ଏହି ନୂତନ ବସ୍ ସେବା ଆରମ୍ଭ ହେଲେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହିତ ରାଜ୍ୟର ପ୍ରମୁଖ ସହରଗୁଡ଼ିକ ମଧ୍ୟରେ ସିଧାସଳଖ ଯୋଗାଯୋଗ ବୃଦ୍ଧି ପାଇବ। ଆଗାମୀ ଦିନରେ ମଧ୍ୟ ଏପରି ଅନ୍ୟାନ୍ୟ ମାର୍ଗରେ ସରକାରୀ ବସ୍ ସେବା ଆରମ୍ଭ ପାଇଁ ଉଦ୍ୟମ ଜାରି ରହିବ ବୋଲି ଜଣାପଡ଼ିଛି।

You might also like
error: Content is protected !!