ବ୍ଲକ୍ କଲୋନୀ ବିଦ୍ୟାଳୟର ୫୩ତମ ବାର୍ଷିକ ଉତ୍ସବ ଉତ୍ସାହର ସହ ଅନୁଷ୍ଠିତ

ବାଲିଗୁଡା, ୨୧/୦୩: ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ୍ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୩ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଧୁମଧାମରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ବାଘ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ମଧୁସୂଦନ ମହାପାତ୍ର ଉପସ୍ଥିତ ଥିବା ବେଳେ, ସମ୍ମାନୀତ ଅତିଥି ଭାବେ ସମ୍ବନ୍ଧିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଇନ୍ଦିରା ପଣ୍ଡା, ସୁପରଭାଇଜର ମଧୁସ୍ମିତା କହଁର, ପବିତ୍ର ମୋହନ ପାଢ଼ୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାଧବ ସାହୁ ଓ କମିଟି ସଦସ୍ୟମାନେ ଯୋଗଦେଇଥିଲେ।ଅତିଥିମାନେ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ

ବ୍ଲକ୍ କଲୋନୀ ବିଦ୍ୟାଳୟର ୫୩ତମ ବାର୍ଷିକ ଉତ୍ସବ ଉତ୍ସାହର ସହ ଅନୁଷ୍ଠିତ

କରିଥିଲେ। ପରେ ଛାତ୍ରଛାତ୍ରୀମାନେ ପୁଷ୍ପଗୁଛ ପ୍ରଦାନ ସହ ସ୍ୱାଗତ ସଙ୍ଗୀତ ଗାୟନ କରି ଅତିଥିମାନଙ୍କୁ ସମ୍ମାନ ଜଣାଇଥିଲେ।ଏହି ଅବସରରେ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ପାଢ଼ୀ ବାର୍ଷିକ ପ୍ରତିବେଦନ ପାଠ କରି ବିଦ୍ୟାଳୟର ବିଭିନ୍ନ ସଫଳତା ଓ ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ। ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ଶିଷ୍ଟାଚାର ଓ ଜୀବନମୂଲ୍ୟ ସମ୍ପର୍କିତ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ।ପରେ ବିଭିନ୍ନ ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ହସ୍ତରେ ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ କର୍ତ୍ତୃପକ୍ଷ, ପରିଚାଳନା କମିଟି, ଅଭିଭାବକ ଓ ସ୍ଥାନୀୟ ଲୋକମାନେ ଉପସ୍ଥିତ ରହି ସଫଳ ଆୟୋଜନରେ ସହଯୋଗ କରିଥିଲେ।

You might also like
error: Content is protected !!